ସୁବର୍ଣ୍ଣପୁରରେ ଖୋଲିଲା କୋଭିଡ୍ ହସ୍ପିଟାଲ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଖୋଲିଛି ଜିଲ୍ଲା କୋଭିଡ ହସ୍ପିଟାଲ୍। ସରକାରୀ ଆଇଟିଆଇକୁ କୋଭିଡ ସେଣ୍ଟର ଭାବେ ପରିଣତ କରାଯାଇଛି। ଏଠି ୨ ଶହ ବେଡ୍‌ର ବ୍ୟବସ୍ଥା କରାଯାଇଥିବାବେଳେ ୪୬ ଜଣ କ୍ଷମତା ବିଶିଷ୍ଟ ଆଇସୋଲେସନ ରଖିବାର ବ୍ୟବସ୍ଥା ହୋଇଛି।

ସେହିଭଳି ୫୦ଟି ଅକ୍ସିଜେନର ବ୍ୟବସ୍ଥା ବି ଏଠାରେ କରାଯାଇଛି। ସେହିପରି ୪ ଜଣ ଡାକ୍ତର, ୧୦୫ ନର୍ସ, ୩୪ ଜଣ ପାରା ମେଡିକାଲ୍ ଷ୍ଟାପ୍ ରହିଛନ୍ତି। ଜିଲ୍ଲାପାଳଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହାକୁ କାର୍ଯ୍ୟକ୍ଷମ କରାଯାଇଛି।

ରାଜ୍ୟରେ କରୋନା ସ୍ଥିତି ନେଇ ବିଭିନ୍ନ ସ୍ଥାନରେ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ କରାଯାଉଛି। ଏହି କ୍ରମରେ କେନ୍ଦୁଝର ନିକଟ ରାଙ୍କି ଠାରେ କୋଭିଡ୍  ହସ୍ପିଟାଲରେ ଖୁବଶୀଘ୍ର ୨ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ଏହି ହସ୍ପିଟାଲରେ ୧୦ ଶଯ୍ୟା ବିଶିଷ୍ଟ ଭେଣ୍ଟିଲେଟର ଏବଂ ଆଇସିୟୁ ସୁବିଧା ରହିବ।

You might also like