କରୋନା କଟକଣା ଭୁଲିଗଲେ ଭକ୍ତ; ଦୁର୍ଗା ମନ୍ଦିରରେ ଜମିଲା ଭିଡ଼

ଭଦ୍ରକ: କରୋନା କଟକଣାକୁ ଭୁଲିଗଲେ ଲୋକେ। ମନ୍ଦିରେ ଜମିଲା ଲୋକଙ୍କ ଭିଡ଼। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଚାନ୍ଦବାଲି ଦୁର୍ଗା ମନ୍ଦିରରେ। ମନ୍ଦିର ବନ୍ଦ ଥିବା ସତ୍ତ୍ୱେ ବାହାରେ ବହୁ ପରିମାଣର ଲୋକ ଜମା ହୋଇଥିଲେ।

ପୂଜାର୍ଚ୍ଚନା କରିବାକୁ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ। କୋଭିଡ୍ କଟକଣାକୁ ଭୁଲି ଲୋକେ ମନ୍ଦିର ସମ୍ମୁଖରେ ଜମା ହୋଇଥିଲେ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଥିବା ସତ୍ତ୍ୱେ ଲୋକେ ଏହାକୁ ମାନୁନଥିବା ଅଭିଯୋଗ ହୋଇଛି। ସେହିଭଳି ବହୁ ଲୋକେ ମାସ୍କ ବି ପିନ୍ଧି ନଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ

You might also like