ନିୟମର ଧଜିଆ ଉଡାଇଲେ ବାବୁଆଣୀ: ବାହାଘରରେ ଖୁଲମଖୁଲା ନାଚିଲେ ନାଗିନ୍ ଡ୍ୟାନ୍ସ

ଜଗତସିଂହପୁର : କୋଭିଡ୍ କଟକଣାର ଉଡ଼ିଲା ଧଜିଆ। ଖୋଦ୍ ଜଗୁଆଳି ଭୁଲିଗଲେ ନିୟମ। ଆଉ ମସ୍ତିରେ ନାଚିଲେ ଅନ୍ୟଙ୍କୁ ନଚାଇଲେ। ଭାଇରାଲ ହୋଇଥିବା ଏହି ଭିଡିଓରେ ଏମିତି ନାଚୁଥିବା ବାବୁଆଣୀ ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା। ବିଭିନ୍ନ ଭାବଭଙ୍ଗିରେ ଖୁଲମଖୁଲା ନୃତ୍ୟ ମୁଦ୍ରାରେ ସୁକିନ୍ଦା ତହସିଲଦାରଙ୍କ ଏହି ଚିତ୍ର ଆସିଛି ଜଗତସିଂହପୁରରୁ। ଜଗତସିଂହପୁର ଜଗନ୍ନାଥପୁର ଗ୍ରାମରେ ଗତ ଶୁକ୍ରବାର ରାତିରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ବିବାହ ଉତ୍ସବରେ ୨୫ଜଣଙ୍କ ପରିବର୍ତ୍ତେ ଶତାଧିକ ଲୋକ ସାମିଲ ହୋଇଥିଲେ ବାଜାବାଣ ଫୁଟାଇ ଶତାଧିକ ବରଯାତ୍ରୀ ଦଳ ବେଫିକର ଭାବେ ଶୋଭାଯାତ୍ରା କରିଥିଲେ। ଏହି ବରଯାତ୍ରୀ ଦଳରେ କେତେକ ହାଇପ୍ରୋଫାଇଲ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀ ସାମିଲ ଥିବା ଦେଖିବାକୁ ମିଳିଥିଲା। ଏଥିରେ ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାର ବୁଲବୁଲ ବେହେରାଙ୍କୁ ବିଭିନ୍ନ ଭାବଭଙ୍ଗିରେ ଖୋଲମଖୋଲା ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା।

ସାଧାରଣ ଲୋକ ନିୟମ ଭାଙ୍ଗିଲେ ରାସ୍ତାଘାଟରେ ପୋଲିସ ମାଡମାରି ଗାଳିଗୁଲଜ କରି ଜୋରିମାନା ଆଦାୟ କରୁଥିବା ବେଳେ ବେଆଇନ ବିବାହ ଉତ୍ସବରେ ଚୁପ ରହିଲା କାହିଁକି? ଏହାର ଉଚ୍ଚସ୍ତରୀୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି ସେପଟେ ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା କହିଛନ୍ତି ଯେ, ଏହା ମାତ୍ର ଦଶ ମିନିଟ ପାଇଁ ହୋଇଥିଲା ଏବଂ ଘରର ପରିସୀମା ଭିତରେ କରାଯାଇଥିଲା।

You might also like