କୋଭିଡ୍ ଯୋଦ୍ଧାଙ୍କ ଖାଦ୍ୟରୁ ବାହାରିଲା ପୋକ, ଚୁଟି, ରବର

ପୁରୀ: କୋଭିଡ୍ ସେଣ୍ଟରରେ କରୋନା ଯୋଦ୍ଧା ଓ ରୋଗୀଙ୍କୁ ମିଳୁଛି ଖାଦ୍ୟ ବଦଳରେ ଅଖାଦ୍ୟ। ଖାଦ୍ୟରୁ ବାହାରୁଛି ପୋକ, ଚୁଟି ଓ ରବର। ଏଭଳି ଅଭିଯୋଗ ଆଣିଛନ୍ତି ପୁରୀ ସହରରେ ଥିବା ଏକାଧିକ କୋଭିଡ୍ କେୟାର ସେଣ୍ଟରର ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀ।

ସେଣ୍ଟରରେ ଦିଆଯାଉଥିବା ଭାତ, ଡାଲି ଓ ତରକାରୀରୁ ପୋକ ବାହାରୁଥିବା ବେଳେ ନିମ୍ନମାନର ଖାଦ୍ୟକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। ଏ ନେଇ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ଆଜି ପୁରୀ ସିଡିଏମଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

ପୁରୀର ଶ୍ରୀଜଗନ୍ନାଥ କୋଭିଡ୍ କେୟାର ସେଣ୍ଟର, ଗୋପବନ୍ଧୁ ଆୟୁର୍ବେଦ କୋଭିଡ୍ କେୟାର ସେଣ୍ଟର ଓ ଆଇଡିଏଚ କୋଭିଡ୍ ସେଣ୍ଟରରେ କୋଭିଡ୍ ଯୋଦ୍ଧା ଓ ରୋଗୀମାନଙ୍କୁ ଏପରି ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି। ଏହାସହିତ କୋଭିଡ୍ କେୟାର ସେଣ୍ଟର ନାନାଦି ପ୍ରକାର ଅସୁବିଧା ନେଇ ମଧ୍ୟ ସିଡିଏମଙ୍କୁ ଅଭିଯୋଗ କରାଯାଇଛି। ସେପଟେ ଏପରି ଅଭିଯୋଗ ନେଇ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରନି।

ଆହୁରି ପଢ଼ନ୍ତୁ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

You might also like