‘ଆମ୍ୱୁଲାନ୍ସ ନେଲାନି, ଛଟପଟ ହୋଇ ଜୀବନ ହାରିଲେ ବାପା’

ବ୍ରହ୍ମପୁର: ୨୦ ଘଣ୍ଟା ଧରି ଛଟପଟ ହେଲେ ରୋଗୀ। ଲୋକେ ଦେଖିଲେ, ମୋବାଇଲରେ ଭିଡିଓ ଉଠାଇଲେ, ଆମ୍ବୁଲାନ୍ସ ମଧ୍ୟ ଆସିଲା କିନ୍ତୁ କରୋନା ରୋଗୀ ହୋଇଥିବା ଆଶଙ୍କା କରି ହସ୍ପିଟାଲକୁ ନେଲାନାହିଁ। ଶେଷରେ ରୋଗୀ ଜଣକର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁରର ଶ୍ରୀରାମନଗର ଅଞ୍ଚଳରେ।

ହସ୍ପିଟାଲ ଯାଇନପାରିବାରୁ ୫୫ ବର୍ଷୀୟ ଶିବପ୍ରସାଦ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗଛ ମୂଳେ ଛଟପଟ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଏନେଇ ମୃତକଙ୍କ ଝିଅ କୋହଭରା କଣ୍ଠରେ କହିଛନ୍ତି ଯେ, ‘ଜଣେ ରୋଗୀଙ୍କୁ ନେଇ ମେଡିକାଲରେ ପହଞ୍ଚାଇବା ଆମ୍ୱୁଲାନ୍ସର କର୍ତ୍ତବ୍ୟ କିନ୍ତୁ ମୋ ବାପାଙ୍କୁ ଆମ୍ବୁଲାନ୍ସ ନେଲାନାହିଁ। ଯେହେତୁ ତାଙ୍କର କେହି ସମ୍ପର୍କୀୟ ଘରେ ନଥିଲେ ସେଥିପାଇଁ  ଆମ୍ୱୁଲାନ୍ସ ନେଲାନାହିଁ ବୋଲି ସାହି ଲୋକେ କହିଲେ। ଯଦି ରୋଗୀକୁ ଆମ୍ୱୁଲାନ୍ସ ନେଉନାହିଁ, ତେବେ କାହିଁକି ସରକାର ଏହି ସେବା କରିଛନ୍ତି?
ମୋ ବାପା କଷ୍ଟରେ ଛଟପଟ ହେଉଥିବା ବେଳେ ସାହି ଲୋକ ଭିଡିଓ କରୁଛନ୍ତି, ଏହା କଣ ମଣିଷର ମାନବିକତା ବୋଲି ସେ ପ୍ରଶ୍ନ କରିଛନ୍ତି। ଏପରିକି ବାପାଙ୍କ ଠାରୁ ମୋବାଇଲ ଚୋରି କରିନେଇଥିଲେବି ତାଙ୍କୁ ଉଦ୍ଧାର କେହି କରିନାହାନ୍ତି। ସେ ବି ଜଣେ ସମାଜସେବୀ ଥିଲେ, ଅନେକ ରୋଗୀଙ୍କୁ ମେଡିକାଲ ନେଇଥିଲେ। କିନ୍ତୁ ଆଜି କେହି ସାହାଯ୍ୟ କଲେ ନାହିଁ।’

You might also like