ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ପ୍ରଭାବ ଧୀରେ ଧୀରେ କମୁଥିଲେ ହେଁ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୪ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ କରୋନା ମୃତ୍ୟୁ ସଂଖ୍ୟା ୩, ୭୬୧ରେ ପହଞ୍ଚିଛି।

ଗତ କିଛି ଦିନ ହେଲେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୦ ଉପରେ ରହୁଛି। ସଂକ୍ରମଣ ପ୍ରଭାବ କମୁଥିଲେ ହେଁ ମୃତ୍ୟୁ ହାର କମୁନି।  ଏ ନେଇ ଗତ ୭ ତାରିଖ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର  ମୃତ୍ୟୁ ସଂଖ୍ୟ ବୃଦ୍ଧିକୁ ନେଇ କହିଥିଲେ,  ୬୦ ପ୍ରତିଶତ ଲୋକ ଏବେ ମଧ୍ୟ ଗୁରୁତର ହୋଇ ଆଇସିୟୁରେ ଅଛନ୍ତି, ତେଣୁ ମୃତ୍ୟୁ ସଂଖ୍ୟା କମୁନି।

ଗତକାଲି ରାଜ୍ୟରେ ୪୬ ଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ ଆଜି ୪୪ ଜଣ ଆଖି ବୁଜିଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ସବୁଠାରୁ ଅଧିକ ରହିଛି। ସଂକ୍ରମିତଙ୍କ ତାଲିକାରେ ଏହି ଜିଲ୍ଲା ଉପରେ ରହିଥିବାବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ଉପରେ ରହିଛି। ଏହି ଜିଲ୍ଲାରୁ ସର୍ବାଧିକ ୯ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।

ବରଗଡ଼, କଟକରୁ ୫ ଜଣ ଲେଖାଏ,  ଅନୁଗୁଳ, ପୁରୀରୁ ୪ ଜଣ ଲେଖାଏ, ନୟାଗଡ଼, ସମ୍ବଲପୁରରୁ ୨ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ମାଲକାନଗିରିରୁ ଜଣେ ଲେଖାଏ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୭୬୧କୁ ବୃଦ୍ଧି ପାଇଛି।

ଆଜିର ସଂଖ୍ୟାକୁ ମିଶାଇଲେ ଖୋର୍ଦ୍ଧାରେ ୫୯୭ ଜଣ ରୋଗୀ ଆଖି ବୁଜ ସାରିଲେଣି। ସେହିପରି ଅନୁଗୁଳରେ ମୃତକଙ୍କ ସଂଖ୍ୟା ୧୬୫, ବାଲେଶ୍ୱରରେ ୧୨୫, ବରଗଡରେ ୧୧୦, ଭଦ୍ରକରେ୪୨, ବଲାଙ୍ଗରରେ ୮୦, ବୌଦ୍ଧରେ ୭୮, କଟକ ୨୫୭, ଦେବଗଡରେ ୩୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।

ସେହିପରି ଢେଙ୍କାନାଳରେ ୫୭, ଗଜପତି ୬୯, ଗଞ୍ଜାମରେ ୩୨୧, ଜଗତ୍‌ସିଂହପୁରରେ ୭୨, ଯାଜପୁରରେ ୩୮, ଝାରସୁଗୁଡାରେ ୧୧୯, କଳାହାଣ୍ଡିରେ ୧୬୭, କନ୍ଧମାଳ ୪୭, କେନ୍ଦ୍ରାପଡ଼ା ୭୭, କେନ୍ଦୁଝର ୬୭, କୋରାପୁଟ ୫୬ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି।

ମାଲକାନଗିରିରେ ୪୦ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ମୟୂରଭଞ୍ଜରେ ୧୨୪, ନବରଙ୍ଗପୁରରେ ୪୩, ନୟାଗଡରେ ୬୪, ନୂଆପଡ଼ାରେ ୬୮, ପୁରୀରେ ୨୧୩ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ରାୟଗଡ଼ାରେ ୧୪୪, ସମ୍ବଲପୁରରେ ୧୧୩, ସୁବର୍ଣ୍ଣପୁରରେ ୩୯ ଏବଂ ସୁନ୍ଦରଗଡରେ ୩୩୭ ଜଣ ଆକ୍ରାନ୍ତ ଆଜି ସୁଦ୍ଧା ଆଖି ବୁଜିଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮,୯୦,୫୯୬ରେ ପହଞ୍ଚି ଥିବାବେଳେ ୮,୫୩,୦୧୨ ଜଣ ସୁସ୍ଥ ହୋଇଛନ୍ତି। ତେବେ ଆକ୍ଟିଭ୍‌ କେସ୍‌-୩୩,୭୭୦ ରହିଛି।

Other Stories