କାହା କଥା ସତ? କ୍ୱାରେଣ୍ଟିନ୍‌ କେନ୍ଦ୍ରରେ ଆମେ ଦେଉଛୁ ଏଭଳି ଖାଦ୍ୟ !

ଭୁବନେଶ୍ୱର: କ୍ୱାରେଣ୍ଟିନ୍ ଓ କୋଭିଡ୍ କେୟାର ସେଣ୍ଟରରେ ଖାଦ୍ୟର ମାନକୁ ନେଇ ଥମୁନି ରାଜନୀତି। ଗୋଟେ ପଟେ ରୋଗୀ ଓ ପ୍ରବାସୀଙ୍କୁ ଉତ୍ତମ ଖାଦ୍ୟ ମିଳୁଥିବା ନେଇ ବିଭିନ୍ନ ଜିଲ୍ଲା ପ୍ରଶାସନ ଘନ ଘନ ଟ୍ୱିଟ୍ କରି ବାହାବା ସାଉଁଟିବାକୁ ପ୍ରତିଯୋଗିତା ତ ଅନ୍ୟପଟେ ଅରୁଚିକର ଖାଦ୍ୟକୁ ନେଇ ବାରମ୍ବାର ଜନ ଅସନ୍ତୋଷର ଲମ୍ବା ଅଭିଯୋଗ। ଏହା ଭିତରେ କାହା କଥା ଠିକ୍ ତାକୁ ନେଇ ସମସ୍ତେ ଦ୍ୱନ୍ଦ୍ୱରେ।

ଅନୁଗୁଳରୁ କୋରାପୁଟ, ଢେଙ୍କାନାଳରୁ ମାଲକାନଗିରି ଭଦ୍ରକରୁ କନ୍ଧମାଳ, କେନ୍ଦ୍ରାପଡ଼ାରୁ ସୁନ୍ଦରଗଡ଼ ସବୁଠି କ୍ୱାରେଣ୍ଟିନ୍ ସେଣ୍ଟର ଅନ୍ତେବାସୀ ଓ କୋଭିଡ୍ କେୟାର ସେଣ୍ଟରରେ ରୋଗୀଙ୍କୁ ମିଳୁଥିବା ସୁଆଦିଆ ଖାଦ୍ୟର ମନଲୋଭା ଚିତ୍ର। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସ୍ୱତନ୍ତ୍ର ରିଲିଫ୍ କମିଶନର ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀଙ୍କ ଦପ୍ତରକୁ ଟ୍ୟାଗ୍ କରି ଜିଲ୍ଲା ପ୍ରଶାସନ ସୋସିଆଲ ମିଡିଆରେ ସେୟାର କରୁଛି ଏଭଳି ସ୍ୱାସ୍ଥ୍ୟକର ଖାଦ୍ୟର ଗଣ୍ଡା ଗଣ୍ଡା ଫଟୋ।

କେଉଁଠି ସକାଳ ଜଳଖିଆରେ ଫଳ ଓ ମିଠାର ସମାହାର ତ ଅନ୍ୟ କେଉଁଠି ସଞ୍ଜବେଳ ନାସ୍ତାରେ ପକୁଡ଼ି ଓ ବରା। କନ୍ଧମାଳ, ଢେଙ୍କାନାଳ ଓ ଗଜପତିରେ ଖାଦ୍ୟ ସହ ମିଳୁଛି ମିନେରାଲ ଓ୍ୱାଟର। ସାମାଜିକ ଗଣମାଧ୍ୟମରେ ଖାଦ୍ୟ ସମ୍ଭାରର ଏ ଗୋଲାପି ଚିତ୍ର ଘୁରି ବୁଲୁଥିବା ବେଳେ କ୍ୱାରେଣ୍ଟିନ୍ ସେଣ୍ଟରରେ ଅନ୍ତେବାସୀଙ୍କ ପ୍ରତି ପ୍ରଶାସନ କେତେ ଯତ୍ନବାନ, ତାର ଡେଙ୍ଗୁରା ବି ପିଟାଯାଉଛି। ହେଲେ ସେହିସବୁ ସ୍ଥାନର ବାସ୍ତବତା ବି ପଦାକୁ ଆସିଛି ଦେଖନ୍ତୁ ଏ ଚିତ୍ର ଏବଂ ଶୁଣନ୍ତୁ ଖାଦ୍ୟକୁ ନେଇ କଣ କହୁଛନ୍ତି କ୍ୱାରେଣ୍ଟିନ୍ ସେଣ୍ଟରର ଅନ୍ତେବାସୀ।

ହାତରେ ଖାଦ୍ୟ ପୁଡ଼ିଆ ଧରି ମାନ ଉପରେ ଖୋଲା ଅସନ୍ତୋଷ ଝାଡୁଥିବା ଏ ଦୃଶ୍ୟ ବାଲେଶ୍ୱର ରେମୁଣା ସ୍ଥିତ ଏକ କୋଭିଡ୍ କେୟାର ସେଣ୍ଟରର ଲୋକଙ୍କ ଅଭିଯୋଗ। ଏଠାରେ ରୋଗୀଙ୍କୁ ବାସି ଓ ଅରୁଚିକର ଖାଦ୍ୟ ଦିଆଯାଉଛି ଅନୁରୂପ ଚିତ୍ର। ରାୟଗଡ଼ା ଜେକେପୁର କୋଭିଡ୍ କେୟାର ସେଣ୍ଟରର ଏଠିବି ମିଳୁଥିବା ଭାତ ଓ ତରକାରୀର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ରୋଗୀ ଉପାୟ ନଥିବାରୁ ଯେତିକି ରୁଚିଲା ଖାଇଲେ, ବଳକା ସିଧା ଡଷ୍ଟବିନ୍‌କୁ ଯାଉଛି। କିଛି ଦିନ ତଳେ ପୁରୀ ଓ ବ୍ରହ୍ମପୁରରୁ ଆସିଥିବା ଏ ଦୃଶ୍ୟ ଉପରେ ବି ନଜର ପକାନ୍ତୁ। ପୁରୀ ସହରର ଏକ କୋଭିଡ୍ କେୟାର ସେଣ୍ଟରରେ ମିଳୁଥିବା ଖାଦ୍ୟରୁ ପୋକ, ଚୁଟି ଓ ରବର ବାହାରୁଥିବା ନେଇ ଖୋଦ୍ ଡାକ୍ତର ଓ ନର୍ସମାନେ ଅଭିଯୋଗ ଆଣିଥିଲେ। ବ୍ରହ୍ମପୁର ଶୀତଳାପଲ୍ଲୀରେ ରୋଗୀଙ୍କୁ ରୀତିମତ ଏଭଳି ନିମ୍ନମାନର ଖାଦ୍ୟ ଦିଆଯାଉଥିବା କହିଥିଲେ ଅନ୍ତେବାସୀ। ଏବେ ପ୍ରଶ୍ନ କୋଭିଡ୍ ସେଣ୍ଟରରେ ଖାଦ୍ୟକୁ ନେଇ ପରସ୍ପର ବିରୋଧାଚରଣ କରୁଥିବା ଭିନ୍ନ ଭିନ୍ନ ଚିତ୍ର ଭିତରୁ କେଉଁଟା ସତ?

 

ଆହୁରି ପଢ଼ନ୍ତୁ

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି, ଆସନ୍ତା ୩ ଦିନ ଯାଏ ବର୍ଷା ସମ୍ଭାବନା

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

‘ଜ୍ୱାଇଁ ମୋ ଝିଅ ବେକରେ ଦଉଡ଼ି ଲଗାଇ ମାରି ଦେଇଛନ୍ତି’ 

ବର୍ଷା ହେବାରୁ ଗଛତଳେ ଆଶ୍ରୟ ନେଇଥିଲେ, ହଠାତ୍‌ ହେଲା ବଜ୍ରପାତ

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

‘କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ’

You might also like