• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର: ଏମିତି ମୃତ୍ୟୁ କାହାର ନହେଉ, ଏମିତି ଦୁଃଖ କାହାକୁ ନଆସୁ। ପ୍ରତିଷ୍ଠିତ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପରିବାର ସହ ଯାହା ଘଟିଯାଇଛି, ଭାବିଲେ ପାଦତଳୁ ମାଟି ଖସିଯାଉଛି । କାରଣ ରାଜ୍ୟର ଗର୍ବ ଆଉ ଗୌରବ କୁହାଯାଉଥିବା ସ୍ଥପତିଙ୍କ ବିୟୋଗ ହୋଇଥିଲା ମାତ୍ର ୧୨ ଦିନ ତଳେ। ଦୁର୍ଯୋଗକୁ ବାପାଙ୍କ ଏକାଦଶାହର ଅବ୍ୟବହିତ ପୂର୍ବରୁ ଅର୍ଥାତ ଗତକାଲି ଚାଲିଯାଇଥିଲେ ସାନପୁଅ। ଆଉ ତାଙ୍କ ପଛେ ପଛେ ଆଜି ମୃତ୍ୟୁର ମହାମାରୀ ଭିଡ଼ିନେଲା ବଡ଼ପୁଅଙ୍କୁ। ଉଚ୍ଛନ୍ନ କରିଦେଲା ଗୋଟିଏ ପରିବାରକୁ। କରୋନା କାଳରେ ଏଭଳି ଦାରୁଣ ଯାତନା, ଏବେ ସ୍ତବ୍ଧ କରିଦେଇଛି ସମସ୍ତଙ୍କୁ, ବିଭିନ୍ନ ବର୍ଗଙ୍କୁ...

ପଥର ଦେହରେ ପ୍ରାଣ ଭରୁଥିଲେ ସେ। ନିହାଣର ସ୍ପର୍ଶରେ ଜୀବନ୍ତ ଲାଗୁଥିଲା ପାଷାଣ। ହେଲେ ସମୟର କ୍ରୁରତା ଆଗରେ କିନ୍ତୁ ସେହି ପଥର ମଣିଷଙ୍କ ସୁନାର ସଂସାର ଏବେ ପ୍ରାଣଶୂନ୍ୟ। କରୋନାର କରାଳ ଛାୟା ଭିତରେ ଉଚ୍ଛନ୍ନ ହୋଇଗଲା ସେହି ଶିଳ୍ପୀଙ୍କ ପରିବାର। କାରଣ ଆଗପଛ ହୋଇ ଚାଲିଗଲେ ବାପା ତଥା ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ସହ ଦୁଇ ପୁଅ ପ୍ରଶାନ୍ତ ଏବଂ ଯଶୋବନ୍ତ।

ମହାମାରୀର ମହାବିପଦ ଏମିତି ମାଡ଼ି ଆସିଲା ଯେ, ଗତ ୧୨ ଦିନ ଭିତରେ ଉଜାଡ଼ି ଦେଲା ଶିଳ୍ପୀଙ୍କ ପରିବାରକୁ। ବଡ଼ପୁଅ ଯଶୋବନ୍ତ ମହାପାତ୍ର  କରୋନାରେ ସଂକ୍ରମିତ ହୋଇ ଭୁବନେଶ୍ୱର ସମ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଦୀର୍ଘଦିନ ଧରି ମୃତ୍ୟୁ ସହ ଲଢ଼େଇ କରୁଥିଲେ କିନ୍ତୁ ଦୁର୍ଯୋଗକୁ ଆଜି ୫୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। ତାଙ୍କ ବିୟୋଗ ପରେ ଦିବଂଗତ ରଘୁନାଥଙ୍କ ପରିବାର ଏବେ ପୂରୁଷ ଶୂନ୍ୟ ହୋଇଯାଇଛି। ପାଖ ପଡୋଶୀ ବି ହତବାକ୍ ହୋଇଯାଇଛନ୍ତି ଏଭଳି ଦାରୁଣ ଯନ୍ତ୍ରଣା ଭିତରେ।

ଶିଳ୍ପୀ ରଘୁନାଥଙ୍କ ପରିବାର କହିଲେ, ପତ୍ନୀଙ୍କ ସହ ୨ ଝିଅ ଏବଂ ୩ ପୁଅ। ଗତ କିଛି ବର୍ଷ ତଳେ ଆକସ୍ମିକ ଭାବେ ପ୍ରାଣ ହରାଇଥିଲେ ସାନପୁଅ । ସେହି ପୁଅର ବିୟୋଗ ପରଠୁ ଶୋକାକୂଳ ଅବସ୍ଥାରେ ଥିଲେ ସାରା ପରିବାର। ତାହାରି ଭିତରେ ମାଡ଼ିଆସିଲା କରୋନା ମହାମାରୀ। ଦ୍ୱିତୀୟ ଲହରରେ ସଂକ୍ରମିତ ହେଲେ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ, ମଝିଆ ପୁଅ ପ୍ରଶାନ୍ତ ଏବଂ ବଡ଼ପୁଅ ଯଶୋବନ୍ତ। କିନ୍ତୁ ଦୁର୍ଭାଗ୍ୟ, ଡାକ୍ତରଙ୍କ ଅକ୍ଲାନ୍ତ ଉଦ୍ୟମ ସତ୍ତ୍ୱେ ଗତ ୯ରେ ପରପାରିକୁ ଚାଲିଗଲେ ପଥର ମଣିଷ ରଘୁନାଥ। ତାହାରି ଭିତରେ ମୃତ୍ୟୁ ସହ ସଂଘର୍ଷ କରୁଥିଲେ ମଝିଆ ପୁଅ ତଥା ପୂର୍ବତନ ରଣଜୀ ଖେଳାଳୀ ପ୍ରଶାନ୍ତ ଏବଂ ବ୍ୟବସାୟୀ ଯଶୋବନ୍ତ।

ତାଙ୍କୁ ବି ଛାଡ଼ିଲାନି ମହାମାରୀ । ଗତକାଲି ଏମ୍ସରେ ପ୍ରଶାନ୍ତ ପ୍ରାଣ ହରାଇଥିବାବେଳେ ପରିବାରର ଏକମାତ୍ର ସାହା ଭରସା ଥିବା ଯଶୋବନ୍ତଙ୍କ ଆଜି ବିୟୋଗ ହୋଇଯାଇଛି। ଏକପ୍ରକାର ଅସହାୟ ହୋଇଯାଇଥିବା ରଘୁନାଥଙ୍କ ପତ୍ନୀ, ୩ ପୂତ୍ରବଧୂଙ୍କ ସହ ନାତି ନାତୁଣୀଙ୍କ ମୁଣ୍ଡ ଉପରୁ ହଟିଯାଇଛି ସୁରକ୍ଷାର ହାତ।

ଓଡ଼ିଶାର ଉତ୍କୃଷ୍ଟ କଳା ଓ ସଂସ୍କୃତିକୁ ସାରା ବିଶ୍ୱ ଦରବାରରେ ପହଞ୍ଚାଇ ଗର୍ବ ଆଉ ଗୌରବ ଅର୍ଜନ କରିଥିଲେ ଶିଳ୍ପୀ ତଥା ରାଜ୍ୟସଭା ସାଂସଦ ରଘୁନାଥ। ସେହି କିମ୍ବଦନ୍ତୀ ପୁରୁଷଙ୍କ ପରିବାରକୁ କିନ୍ତୁ ଖିନଭିନ୍‌ କରିଦେଲା ନିଷ୍ଠୁର କରୋନା।

ପୁରୀରୁ ପ୍ରଦୀପ ମହାନ୍ତି, ଭୁବନେଶ୍ୱରରୁ ନିରଂଜନ ରେଡ୍ଡୀ ଏବଂ ବଳରାମ ମହାନ୍ତିଙ୍କ ରିପୋର୍ଟ

Covid-carnage-raghunath-mohapatra-2-sons-succumb-to-virus
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories