୬ ଜିଲ୍ଲାରେ ବଢ଼ିବ କୋଭିଡ କେୟାର ଶଯ୍ୟା

ଭୁବନେଶ୍ୱର: ୬ ଜିଲ୍ଲାରେ ବଢ଼ିବ କୋଭିଡ କେୟାର ଶଯ୍ୟା। ରାଜ୍ୟର ୬ଟି ଜିଲ୍ଲାରେ କୋଭିଡ କେୟାର ସେଣ୍ଟର ଶଯ୍ୟା ବଢାଯିବ ଗଂଜାମ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବଲାଙ୍ଗିରରେ ଏହି ଶଯ୍ୟା ବଢ଼ିବ। ଶଯ୍ୟା ସଂଖ୍ୟା ବଢ଼ାଇବାକୁ ନେଇ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।

ଆଗାମୀ ସପ୍ତାହକ ମଧ୍ୟରେ ୬ ଜିଲ୍ଲାରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ।ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଉଛି।  ବିଭିନ୍ନ ଅଞ୍ଚଳରେ ନିର୍ମିତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ସୁପରିଚାଳନାକୁ ଗୁରୁତ୍ୱ ଦିଆଯିବ କ୍ୱାରେଣ୍ଟିନ କେନ୍ଦ୍ରରେ ଅନ୍ତେବାସୀଙ୍କୁ ରୋଗ ପରିଚାଳନା ତାଲିମ ଦିଆଯିବ।

ସଙ୍ଗରୋଧରୁ ମୁକ୍ତି ପରେ ସେମାନେ କୋଭିଡ ସ୍ୱେଚ୍ଛାସେବୀ କାମ କରିପାରିବେ। ଏଥିପାଇଁ ସଂକ୍ଷିପ୍ତ ସାର୍ଟିଫିକେଟ କୋର୍ସ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାମ୍ୟ ଅର୍ଥନୀତିକୁ ସଶକ୍ତ କରିବାକୁ ଅଧିକ ପାଣ୍ଠି ଯୋଗାଇ ଦିଆଯିବ। କୃଷି ଅର୍ଥନୀତି ସୁଦୃଢ଼ କରିବାକୁ ରାଜ୍ୟ ସରକାର ୩ଟି ଅଧ୍ୟାଦେଶ ଆଣିିବ ବୋଲି ସରକାର କହିଛନ୍ତି।

ରାଜ୍ୟରେ ଆଜି ଆଉ ୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୩୭କୁ ବୃଦ୍ଧିପାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୩୪୯ ଜଣ ଚିକିତ୍ସାଧୀନ ଥିବାବେଳେ ୮୫ ଜଣ ସୁସ୍ଥ ହୋଇଛନ୍ତି। ତେବେ ୩ଜଣଙ୍କ ମୃତ୍ୟୁ ଘଟିଛି।

You might also like