• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଜଳେଶ୍ୱର: ଗତ କିଛିଦିନ ହେଲା ଓଡ଼ିଶାରେ ଦିନକୁ ୪ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯାହାକୁ ନେଇ ସରକାରଙ୍କ ଚିନ୍ତା ଆହୁରି ବଢ଼ି ଯାଇଛି। ଏପରିକି କରୋନା ମୁକାବିଲା ଲାଗି ଗାଇଡଲାଇନ୍ସ ଜାରି କରାଯିବା ସହ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି। ହେଲେ ଲୋକମାନେ ସଚେତନ ହେବେ କ’ଣ ଖୁଲମ୍‌ଖୁଲା ଏହି କଟକଣାକୁ ଉଲ୍ଲଂଘନ କରୁଛନ୍ତି। ନା ଅଛି ଡର ନା ଭୟ।  ଏବେ ଏଭଳି କିଛି ଦୃଶ୍ୟ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍‌ ଚଉମୁଖ ପଞ୍ଚାୟତରେ ଦେଖିବାକୁ ମିଳିଥିଲା।

ସୂଚନା ଅନୁସାରେ, କୋଭିଡ୍‌ ଗାଇଡଲାଇନ୍ସକୁ ଉଲ୍ଲଂଘନ କରି ଗତକାଲି ଏଠାରେ ବିଶ୍ୱକର୍ମା ଭସାଣ ଶୋଭାଯାତ୍ରା କରାଯାଇଥିଲା। ବିଳମ୍ବିତ ରାତି ଯାଏ ଡିଜେ ବାଜିବା ସହ ନାଚ ଗୀତର ଆସର ଜମିଥିଲା। ନା ଥିଲା ସାମାଜିକ ଦୂରତା ନା କେହି ମୁହଁରେ ମାସ୍କ ପିନ୍ଧିଥିଲେ। ଚଉମୁଖ ପଞ୍ଚାୟତ ଟାଓ୍ୱାର ଛକ ଠାରେ ଭସାଣ ଶୋଭାଯାତ୍ରା ସମୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଖବରପାଇ ଯାମକୁଣ୍ଡା ଫାଣ୍ଡି ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ ବୋଲି ସୂଚନା ମିଳିଛି।

ଏଠାରେ ପ୍ରଶ୍ନ ଉଠୁଛି ଭସାଣ ଶୋଭାଯାତ୍ରା ପାଇଁ ପ୍ରଶାସନର ଅନୁମତି ନିଆଯାଇଥିଲା ନା ନାହିଁ ? ଯଦି ଅନୁମତି ଥିଲା ତେବେ କିଭଳି ଭାବରେ କରୋନା କଟକଣାକୁ ଉଲ୍ଲଂଘନ କରାଯାଇ ଏଭଳି କରାଗଲା ? ଅନ୍ୟପକ୍ଷରେ, ଯାମକୁଣ୍ଡା ଫାଣ୍ଡି ପୋଲିସ୍‌ ଘଟଣାର ତଦନ୍ତ କରୁଛି।

Covid-19-violations-in-balasore-during-biswakarma-bhasani-procession-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories