ରାଜ୍ୟର ଆଉ ୨ ହସ୍‌ପିଟାଲରେ ହେବ କୋଭିଡ୍-୧୯ ପରୀକ୍ଷା

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅଧିକରୁ ଅଧିକ ନମୁନା ପରୀକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଆଉ ୨ଟି ହସ୍ପିଟାଲରେ କରୋନା ଟେଷ୍ଟ ଆରମ୍ଭ ହୋଇଛି। ଏହି ଦୁଇଟି ହସ୍ପିଟାଲ ହେଲା ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ ଓ ଭୁବନେଶ୍ୱର ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ୍ ସାଇନ୍ସ। ଗତକାଲିଠାରୁ ଏହି ୨ ହସ୍‌ପିଟାଲରେ କୋଭିଡ୍-୧୯ ଟେଷ୍ଟ ଆରମ୍ଭ ହୋଇଛି । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଥାଉ କି, ରାଜ୍ୟରେ ଅଧିକ ପରିମାଣର କରୋନା ପରୀକ୍ଷା ଉପରେ ଗୁରୁତ୍ୱ ଦେବା ସହ କଣ୍ଟେନ୍‌ମେଣ୍ଟ ଜୋନରେ ଏହି ପରୀକ୍ଷା ବ୍ୟାପକ ଭାବେ କରାଯିବ ବୋଲି ରାଜ୍ୟ ସରକାରଙ୍କ କୋଭିଡ୍ ୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଗତକାଲି ସୂଚନା ଦେଇଦେଇଥିଲେ।

ସେ କହିଥିଲେ, ସାମ୍ପଲ ପରୀକ୍ଷା ବେଳେ ୯୦ ପ୍ରତିଶତ ଲୋକ ସହଯୋଗ କରୁଥିବା ବେଳେ ୧୦ ପ୍ରତିଶତ ଲୋକ ସହଯୋଗ କରୁନାହାନ୍ତି।  ତେବେ ସରକାରୀ କର୍ମଚାରୀ ପରୀକ୍ଷା ପାଇଁ କହୁଥିବା ବେଳେ ସହଯୋଗ ନକଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ସୂଚନା ଦେଇଥିଲେ। 

 

You might also like