ଦୁର୍ଗମ ଅଞ୍ଚଳରେ ବଢ଼ୁଛି ସଂକ୍ରମଣ : ଏବେ ବି ଚେରମୂଳି ସହ ଝଡ଼ାଫୁଙ୍କା ଉପରେ ନିର୍ଭର ଆଦିବାସୀ

ମୋହନା : ଦୁର୍ଗମ ଅଂଚଳ ରହୁଥିବା ଜନଜାତିଙ୍କ ମଧ୍ୟରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଜ୍ୱର ଥଣ୍ଡା କାଶ ଓ ଝାଡା ବାନ୍ତିରେ ଆକ୍ରାନ୍ତ ହେଲେ ଏବେ ବି ଝଡ଼ାଫୁଙ୍କା ସହ ଚେରମୂଳି ଉପରେ ନିର୍ଭର କରୁଛନ୍ତି । କରୋନା ସମ୍ପର୍କ ଭଲଭାବେ ଏମାନେ ଅବଗତ ନୁହଁନ୍ତି । ଏମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ରୋକିବା ଲାଗି ଏବେ ଅଣ୍ଟା ଭିଡିଛି ଗଜପତି ଜିଲ୍ଲା ପ୍ରଶାସନ । କୋଭିଡ ନେଇ ଏଠାକାର ଲୋକଙ୍କୁ ସଚେତନ କରିବା ଏବଂ ସେମାନଙ୍କ ପାଖକୁ ଯାଇ ଟେଷ୍ଟିଂ କରିବା ସହ ଏହାର ଗାଇ଼ଡଲାଇନ ନେଇ ସେମାନଙ୍କୁ ବୁଝାଉଛନ୍ତି ।

ମୋହନା ବ୍ଲକ କୁଟାମା ଗାଁରେ ୭୦ ଆଦିବାସୀ ପରିବାରଙ୍କ କୋଭିଡ ଟେଷ୍ଟ କରିଛି । ଜିଲ୍ଲା ପ୍ରଶାସନା ଗାଁର ୨୦୦ ଲୋକଙ୍କ ମଧ୍ୟରେ ଆ ଣ୍ଟିଜେନ ଟେଷ୍ଟରେ ୧୩ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ଗାଁ ଉପରେ ପ୍ରଶାସନ ଫୋକସ କରିଛି । ସେହିପରି ୪୦ଜଣଙ୍କ ଜଞଚଉଜ ରିପୋର୍ଟ ଆସିନି ଆଗାମୀ ଦିନରେ ଏହି ଅଞ୍ଚଳ ସହ ଅନ୍ୟାନ୍ୟ ଗାଁକୁ ଯାଇ ଟେଷ୍ଟ କରାଯିବ ବୋଲି କହିଛି ଜିଲ୍ଲା ପ୍ରଶାସନ ।

You might also like