ରାଜ୍ୟରେ ୨୪ ଘଣ୍ଟାରେ ୨୬୦ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣ ୧୫୧ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୦୯ ଲୋକାଲ କେସ ଥିବା ଜଣାଯାଇଛି। ୨୯ ଜିଲ୍ଲାରୁ ୨୬୦ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଗୋଟିଏ ଜିଲ୍ଲାରୁ କେହି ଚିହ୍ନଟ ହୋଇ ନା ଥିବା ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।
ତେବେ ଆଜି ସୁନ୍ଦରଗଡରୁ ୩୧ ଜଣ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରେ ୨୧, ବାଲେଶ୍ୱରରୁ ୨, ବରଗଡରୁ ୧୯, ଭଦ୍ରକରୁ ୬,ସୋନପୁରରୁ ୩ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି।
Covid-19 Report For 9th January, 2021
New Positive Cases : 260
In quarantine: 151
Local contacts: 109(Details of local contacts will be shared by concerned Dist Administration)
District Wise Cases:
1. Angul: 21
2. Balasore: 2
3. Bargarh: 19
4. Bhadrak: 6
5. Balangir: 9— I & PR Department, Odisha (@IPR_Odisha) January 10, 2021
ସେହିପରି ବୌଦ୍ଧରୁ ୨, ଦେବଗଡରୁ ୪, ଢେଙ୍କାନାଳରୁ ୧, ଗଜପତିରୁ ୧୮, ଗଞ୍ଜାମରୁ ୫, ଯାଜପୁରରୁ ୯, ଝାରସୁଗୁଡାରୁ ୧୫, କେନ୍ଦ୍ରାପଡାରୁ ୨, କେନ୍ଦୁଝରରୁ ୧୦, ଖୋର୍ଦ୍ଧାରୁ ୧୧, ମୟୂରଭଞ୍ଜରୁ ୧୧, ନୂଆପଡ଼ାରୁ ୮, ପୁରୀରୁ ୯, ରାୟଗଡାରୁ ୩ ଏବଂ ସମ୍ବଲପୁରରୁ ୧୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୧୮୬୨ ଥିବା ବେଳେ ସୁସ୍ଥ ହୋଇ ଫେରିଛନ୍ତି ୩୨୭୮୦୩। ରାଜ୍ୟରେ ଆକ୍ଟିଭ କେସ ଅଛି ୨୧୧୫।
ଠିକ ସେହିପରି ଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୧୮, ୬୪୫ ଜଣ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ କୋଭିଡ୍-୧୯ଦ୍ୱାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୦,୪୫୦,୨୮୪ରେ ପହଞ୍ଚିଛି।
India reports 18,645 new COVID-19 cases, 19,299 discharges, and 201 deaths in last 24 hours, as per Union Health Ministry
Total cases: 1,04,50,284
Active cases: 2,23,335
Total discharges: 1,00,75,950
Death toll: 1,50,999 pic.twitter.com/dnFf6xNNb0— ANI (@ANI) January 10, 2021
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୮,୬୪୫ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୨୦୧ ମୃତ୍ୟୁ ରେକର୍ଡ କରାଯାଇଛି।