ରାଜ୍ୟରେ ଆଉ ୧୩୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଉ ୧୩୮ କରୋନା ପଜିଟିଭ ଚିହ୍ନଟ। ରାଜ୍ୟରେ ଆଉ ୧୩୮ଟି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୫ ଜଣ କ୍ୱାରେଣ୍ଟିନ ସେଣ୍ଟରରେ ଥିଲେ। ୧୩ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।


ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୧୫, ଖୋର୍ଦ୍ଧାରୁ ୧୩, ସୁନ୍ଦରଗଡରୁ ୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଭଦ୍ରକ-୧୧, କେନ୍ଦୁଝର ଓ କନ୍ଧମାଳରୁ ୧୦ ଲେଖାଏଁ ଚିହ୍ନଟ ହୋଇଛନ୍ତି। ପୁରୀରୁ ୭, ମୟୂରଭଞ୍ଜ ଓ ଯାଜପୁରରୁ ୬ ଲେଖାଏଁ, ନୟାଗଡ, ଢେଙ୍କାନାଳରୁ ୩ ଲେଖାଏଁ, କଳାହାଣ୍ଡିରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ରାୟଗଡ଼ା, ସମ୍ବଲପୁର, ବଲାଙ୍ଗିର, କେନ୍ଦ୍ରବଡ଼ାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୯୪ରେ ପହଞ୍ଚିଲା। ଏମାନଙ୍କ ମଧ୍ୟରୁ ୧୮୯୪ ସୁସ୍ଥ ହୋଇଥିବାବେଳେ ୧୦୯୮ ଆକ୍ଟିଭ କେଶ ରହିଛି ଓ ୯ଜଣଙ୍କ ମୃତ୍ୟୁ ହୋଇଛି।

 

You might also like