• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବରେ ଉପରମୁହାଁ ରହୁଛି କରୋନା ଗ୍ରାଫ୍‌। ଲଗାତାର ହୁ ହୁ ହୋଇ ବଢୁଛି ସଂକ୍ରମିତଙ୍କ ସଂଖ୍ୟା। ଏହାରି ମଧ୍ୟରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୨୨ ଜଣ କ୍ୱାରେଣ୍ଟାଇନ ସେଂଟର ଅର୍ଥାତ୍‌ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୮୬ ଜଣ ଲୋକାଲ କେସ ଅର୍ଥାତ୍‌ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ୧୯ ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ୧୧ ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ସଂକ୍ରମିତଙ୍କ ସମ୍ପର୍କରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। ଏହାସହ ପୁଣି ଜଣଙ୍କର ମୁଣ୍ଡ ନେଇଛି କରୋନା। ମୃତକ ଜଣକ କଳାହାଣ୍ଡିର ବୋଲି ଜଣାପଡିଛି। ଏହାସହ ମୃତ୍ୟୁସଂଖ୍ୟା ୧୯୨୧କୁ ବୃଦ୍ଧି ହୋଇଛି।

୨୪ ଘଣ୍ଟାରେ ଅନୁଗୁଳରୁ ୩, ବାଲେଶ୍ୱରରୁ ୮, ବରଗଡ଼ରୁ ୨୨, ବଲାଙ୍ଗୀରରୁ ୪, ବୌଦ୍ଧରୁ ୧, କଟକରୁ ୧୫, ଗଞ୍ଜାମରୁ ୩, ଯାଜପୁରରୁ ୮, ଝାରସୁଗୁଡାରୁ ୧୧, କଳାହାଣ୍ଡିରୁ ୨୨, କେନ୍ଦ୍ରାପଡାରୁ ୩, ଖୋର୍ଧାରୁ ୩୩, ମୟୂରଭଞ୍ଜରୁ ୯, ନବରଙ୍ଗପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  ନୂଆପଡ଼ାରୁ ସର୍ବାଧିକ ୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ପୁରୀରୁ ୯, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୫ ଓ ସୁନ୍ଦରଗଡ଼ରୁ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଷ୍ଟେଟ୍‌ପୁଲର ସଂଖ୍ୟା ୭ ରହିଛି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୪୦୪୦୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩୬୬୯୧ ଜଣ ସୁସ୍ଥ ହେଲେଣି। ବର୍ତ୍ତମାନ ସମୟରେ ରାଜ୍ୟରେ ଆକ୍ଟିଭ କେସର ସଂଖ୍ୟା ୧୭୩୭ ରହିଛି।

ତେବେ କରୋନା ସଂକ୍ରମଣ ବଢୁଥିବାରୁ ସଂକ୍ରମିତଙ୍କ ଉପରେ ନଜର ରଖିଛନ୍ତି ରାଜ୍ୟ ସରକାର। କରୋନା ନିୟମ ମାନିବାକୁ ବାରମ୍ବାର ଅନୁରୋଧ ମଧ୍ୟ କରୁଛନ୍ତି ସରକାର।

 

Covid-19-report-for-28th-march
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories