୨୪ ଘଣ୍ଟାରେ ୮୬ ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ହେଲେ ଚିହ୍ନଟ?

୨୪ ଘଣ୍ଟାରେ ୮୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫୦ ଜଣ କ୍ୱାରେଣ୍ଟାଇନ ସେଂଟର ଅର୍ଥାତ୍ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୬ ଜଣ ସ୍ଥାନୀୟ ଅଂଚଳ ବା ଲୋକାଲ କେସ ବୋଲି ଟ୍ୱିଟ୍‌ କରି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଏ ସମସ୍ତ ଆକ୍ରାନ୍ତ ୧୬ ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ୧୪ ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ହୋଇଛନ୍ତି ଚିହ୍ନଟ?

ଅନୁଗୁଳରୁ ଜଣେ, ବାଲେଶ୍ୱରରୁ ୭, ବରଗଡ଼ରୁ ଜଣେ, ବଲାଙ୍ଗିରରୁ ୩ ଜଣ, କଟକରୁ ୯, ଦେବଗଡରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଯାଜପୁରରୁ ୪, ଝାରସୁଗୁଡ଼ାରୁ ୭,  କେନ୍ଦୁଝରରୁ ଜଣେ, ଖୋର୍ଧାରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଠିକ ସେହିପରି ମୟୂରଭଞ୍ଜରୁ ୮, ନୂଆପଡ଼ାରୁ ଜଣେ ଚିହ୍ନଟ ହୋଇଥିବା ବେଳେ ପୁରୀରୁ ୧୨, ସମ୍ବଲପୁରରୁ ୧୬, ସୋନପୁରରୁ ଜଣେ ଓ ସୁନ୍ଦରଗଡରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଷ୍ଟେଟ୍ ପୁଲର ସଂଖ୍ୟା ୧ ରହିଛି।

କେବଳ ଏତିକି ନୁହେଁ ବରଂ ରାଜ୍ୟରେ ମୋଟ୍ ପଜିଟିଭଙ୍କ ସଂଖ୍ୟା ୩୩୭୨୭୭ ରହିଥିବା ବେଳେ ସୁସ୍ଥ ହେଲେଣି ୩୩୪୫୭୧ ଜଣ। ଆଉ ବର୍ତ୍ତମାନ ସମୟରେ ରାଜ୍ୟରେ ଆକ୍ଟିଭ କେସର ସଂଖ୍ୟା ରହିଛି ୭୩୭। ୨୪ ଘଂଟାରେ ରାଜ୍ୟରେ କରୋନାରେ କାହାର ପ୍ରାଣହାନୀ ହୋଇନଥିବା ସୂଚନା ରହିଛି। ତେବେ କରୋନା ସଂକ୍ରମଣ ଲଗାତାର ବଢୁଥିବାରୁ ଆକ୍ରାନ୍ତଙ୍କ ଉପରେ ନଜର ରଖିଛନ୍ତି ସରକାର।

ତେବେ ଗତକାଲି ମଧ୍ୟ କରୋନା ଗ୍ରାଫ୍ ରାଜ୍ୟରେ ଉପରମୁହାଁ ଥିଲା। ୨୪ ଘଣ୍ଟାରେ ୮୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିଲା।

You might also like