ରାଜ୍ୟରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା: ଜାଣନ୍ତୁ ୨୪ ଘଣ୍ଟାରେ କେତେ ଆକ୍ରାନ୍ତ ହେଲେ ଚିହ୍ନଟ?

୨୪ ଘଣ୍ଟାରେ ୮୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫୩ ଜଣ କ୍ୱାରେଣ୍ଟାଇନ ସେଂଟର ଅର୍ଥାତ୍ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୪ ଜଣ ସ୍ଥାନୀୟ ଅଂଚଳ ବା ଲୋକାଲ କେସ ବୋଲି ଟ୍ୱିଟ୍‌ କରି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଏ ସମସ୍ତ ଆକ୍ରାନ୍ତ ୧୯ ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ୧୧ ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ହୋଇଛନ୍ତି ଚିହ୍ନଟ?

ଅନୁଗୁଳରୁ ୪, ବାଲେଶ୍ୱରରୁ ୭, ବରଗଡ଼ରୁ ଓ ଭଦ୍ରକରୁ ୪ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ବଲାଙ୍ଗୀରରୁ ୩, କଟକରୁ ୭, ଦେବଗଡରୁ ୨,ଯାଜପୁରରୁ ୬, ଝାରସୁଗୁଡ଼ାରୁ ୭,  କଳାହାଣ୍ଡି ଓ କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଠିକ ସେହିପରି ଖୋର୍ଧାରୁ ୮, ମୟୂରଭଞ୍ଜରୁ ୫, ନବରଙ୍ଗପୁର ଓ ନୂଆପଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଉ ପୁରୀରୁ ୬, ରାୟଗଡାରୁ ୩, ସମ୍ବଲପୁରରୁ ୯, ସୁନ୍ଦରଗଡରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଷ୍ଟେଟ୍ ପୁଲର ସଂଖ୍ୟା ୨ ରହିଛି।

କେବଳ ଏତିକି ନୁହେଁ ବରଂ ରାଜ୍ୟରେ ମୋଟ୍ ପଜିଟିଭଙ୍କ ସଂଖ୍ୟା ୩୩୭୧୯୧ ରହିଥିବା ବେଳେ ସୁସ୍ଥ ହେଲେଣି ୩୩୪୫୧୯ ଜଣ। ଆଉ ବର୍ତ୍ତମାନ ସମୟରେ ରାଜ୍ୟରେ ଆକ୍ଟିଭ କେସର ସଂଖ୍ୟା ରହିଛି ୭୦୩। ୨୪ ଘଂଟାରେ ରାଜ୍ୟରେ କରୋନାରେ ଜଣଙ୍କର ପ୍ରାଣହାନୀ ହୋଇଥିବା ଜଣାପଡିଛି। ମୃତ୍ୟୁ ହୋଇଥିବା ବ୍ୟକ୍ତି ଜଣକ ପୁରୀ ଜିଲ୍ଲାର ହୋଇଥିବା ବେଳେ ସେ ଡାଇବେଟିସ ରୋଗରେ ଆକ୍ରାନ୍ତ ଥିବା ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି।

ତେବେ କରୋନା ସଂକ୍ରମଣ ଲଗାତାର ବଢୁଥିବାରୁ ଆକ୍ରାନ୍ତଙ୍କ ଉପରେ ନଜର ରଖିଛନ୍ତି ସରକାର।

You might also like