୭ ମାସ ପରେ ୧୦୦ରୁ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ପୁଣି ୯୯ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ୭ ମାସ ପରେ ୧୦୦ରୁ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କୋଭିଡ ଯୋଦ୍ଧାଙ୍କୁ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଜଣାଇଲା ଶୁଭେଚ୍ଛା। କୋଭିଡ ଯୋଦ୍ଧାଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଶହେ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା।୨୦୨୦ ଜୁନ୍ ୬ ପରେ ପ୍ରଥମ କରି ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରୁ କମିଲା।
ରାଜ୍ୟରେ ୨୪ ଘଣ୍ଟାରେ ୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୯ ଜିଲ୍ଲାରୁ ମୋଟ୍ ୯୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୧ ଜିଲ୍ଲାରୁ କୌଣସି ବ୍ୟକ୍ତି ଆକ୍ରାନ୍ତ ଚିହ୍ନଟ ହୋଇନଥିବା ଜଣାପଡ଼ିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। ୨୪ ଘଣ୍ଟାରେ କ୍ୱାରେନଣ୍ଟିନରୁ ୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ମୋଟ୍ ୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Covid-19 Report For 25th January, 2021
New Positive Cases: 99
In quarantine: 58
Local contacts: 41(Details of local contacts will be shared by concerned District Administration)
District Wise Cases:
1. Angul: 6
2. Balasore: 7
3. Bargarh: 3
4. Balangir: 1
5. Boudh: 1— I & PR Department, Odisha (@IPR_Odisha) January 26, 2021
ସେହିପରି ଅନୁଗୁଳରୁ ୬, ବାଲେଶ୍ୱରରୁ ୭, ବରଗଡ଼ରୁ ୩, ବଲାଙ୍ଗୀର ଓ ବୌଦ୍ଧରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ କଟକରୁ ୮, ଢେଙ୍କାନାଳରୁ ୧, ଗଞ୍ଜାମରୁ ୧,ଯାଜପୁରର ୪, ଝାରସୁଗୁଡ଼ାରୁ ୧, କନ୍ଧମାଳରୁ ୧, ଖୋର୍ଧାରୁ ୧୪, କୋରାପୁଟରୁ ୧, ମୟୂରଭଞ୍ଜରୁ ୩,ନୂଆପଡ଼ାରୁ ୮, ପୁରୀରୁ ୪, ରାୟଗଡ଼ାରୁ ୩, ସମ୍ବଲପୁରରୁ ୯ ଓ ସୁନ୍ଦରଗଡରୁ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଠିକ୍ ସେହିପରି ଷ୍ଟେଟ୍ ପୁଲର ସଂଖ୍ୟା ୩ ରହିଛି।
6. Cuttack: 8
7. Dhenkanal: 1
8. Ganjam: 1
9. Jajpur: 4
10. Jharsuguda: 1
11. Kandhamal: 1
12. Khurda: 14
13. Koraput: 1
14. Mayurbhanj: 3
15. Nuapada: 8
16. Puri: 4
17. Rayagada: 3
18. Sambalpur: 9— I & PR Department, Odisha (@IPR_Odisha) January 26, 2021
ବର୍ତ୍ତମାନ ସମୟରେ ପଜିଟିଭଙ୍କ ସଂଖ୍ୟା ୩୩୪୫୨୯ ଥିବା ବେଳେ ସୁସ୍ଥ ହେଲେଣି ୩୩୧୨୮୪ । ଏହାସହ ରାଜ୍ୟରେ ଆକ୍ଟିଭ କେସଙ୍କ ସଂଖ୍ୟା ୧୨୮୬ ରହିଛି।
19. Sundargarh: 20
20. State Pool: 3New recoveries: 140
Cumulative tested: 7588603
Positive: 334529
Recovered: 331284
Active cases: 1286— I & PR Department, Odisha (@IPR_Odisha) January 26, 2021