ପୁଣି ଉପରମୁହାଁ ହେଲା ରାଜ୍ୟର କରୋନା ଗ୍ରାଫ୍: ୨୪ ଘଣ୍ଟାରେ ୯୪ ଆକ୍ରାନ୍ତ ଚିହ୍ନଟ
୨୪ ଘଂଟାରେ ୯୪ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବରେ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ମିଳିଥିବା ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୯୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୬ ଜଣ ସଂଗରୋଧ କେନ୍ଦ୍ରରୁ ଅର୍ଥାତ୍ କ୍ୱାରେଣ୍ଟାଇନ ସେଂଟରରୁ ଚିହ୍ନଟ ହୋଇଥିବା ବେଳେ ୩୮ ଜଣ ସ୍ଥାନୀୟ ଅଂଚଳ (ଲୋକାଲ କେସ୍) ସଂକ୍ରମିତ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୧୮ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩୪ ହଜାର ୪୦୦ ଜଣ ଓ ଏବେ ବି ସକ୍ରିୟ ଅଛନ୍ତି ୬୫୦ ଜଣ।
Covid-19 Report For 25th Feb
New Positive Cases: 94
In quarantine: 56
Local contacts: 38(Details of local contacts will be shared by concerned District Administration)
District Wise Cases:
1. Angul: 4
2. Balasore: 8
3. Bargarh: 10
4. Balangir: 1
5. Boudh: 1
6. Cuttack: 4— I & PR Department, Odisha (@IPR_Odisha) February 26, 2021
ତେବେ ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟରୁ ମିଳିଥିବା ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ୩ ଜଣ, କେନ୍ଦ୍ରାପଡ଼ାରୁ ଜଣେ, ବୌଦ୍ଧରୁ ଜଣେ, କଟକରୁ ୪ ଜଣ, ଗଜପତିରୁ ଜଣେ, ଗଞ୍ଜାମରୁ ୩ ଜଣ, କେନ୍ଦୁଝରରୁ ଜଣେ, ଖୋର୍ଦ୍ଧାରୁ ୮ ଜଣ, ମୟୂରଭଞ୍ଜରୁ ୭ ଜଣ, ବରଗଡ଼ରୁ ୧୦ ଜଣ, ବଲାଙ୍ଗୀରରୁ ଜଣେ, ପୁରୀରୁ ୨ ଜଣ, ସମ୍ବଲପୁରରୁ ୧୭ ଜଣ, ସୋନପୁରରୁ ଜଣେ,ଯାଜପୁରରୁ ୪ ଜଣ, ଝାରସୁଗୁଡ଼ାରୁ ୫ ଜଣ,ନୂଆପଡ଼ାରୁ ୩ ଜଣ, ସୁନ୍ଦରଗଡ଼ରୁ ୮ ଜଣ ଓ ଷ୍ଟେଟ୍ ପୁଲ୍ରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
7. Gajapati: 1
8. Ganjam: 3
9. Jajpur: 4
10. Jharsuguda: 5
11. Kalahandi: 1
12. Kandhamal: 3
13. Kendrapada: 1
14. Keonjhar: 1
15. Khurda: 8
16. Mayurbhanj: 7
17. Nuapada: 3
18. Puri: 2— I & PR Department, Odisha (@IPR_Odisha) February 26, 2021
ଏଠାରେ ଆମେ ସ୍ପଷ୍ଟ ଭାବରେ କହିରଖୁଛି ଯେ, ରାଜ୍ୟରେ ୨୪ ଘଂଟାରେ କରୋନାରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇନାହିଁ। କିନ୍ତୁ ବିଗତ ଦିନ ଅପେକ୍ଷା ରାଜ୍ୟରେ ଆଜି ପୁଣି ଥରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଥିବା ଦେଖିବାକୁ ମିଳିଛି।
19. Sambalpur: 17
20. Sonepur: 1
21. Sundargarh: 8
22. State Pool: 1New recoveries: 67
Cumulative tested: 8277713
Positive: 337018
Recovered: 334400
Active cases: 650— I & PR Department, Odisha (@IPR_Odisha) February 26, 2021