• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର:୨୪ ଘଂଟାରେ ରାଜ୍ୟରେ ୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୦ ଜଣ କ୍ୱାରେଣ୍ଟିନ ସେଂଟର ତଥା ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୮ ଜଣ ଲୋକାଲ କେସ୍ ବା ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ୨୧ ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ୯ ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୩, ବାଲେଶ୍ୱରରୁ ୬, ବରଗଡ଼ରୁ ଜଣେ, ବଲାଙ୍ଗିରରୁ ୬, ବୌଦ୍ଧରୁ ଜଣେ, କଟକରୁ ୨, ଦେବଗଡରୁ ୩, ଗଜପତି ଓ ଗଞ୍ଜାମରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଠିକ ସେହିପରି ଭାବରେ ଯାଜପୁରରୁ ୪, ଝାରସୁଗୁଡାରୁ ୫, କଳାହାଣ୍ଡିରୁ ଜଣେ, ଖୋର୍ଧାରୁ ୯ , ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୩, ନବରଙ୍ଗପୁରରୁ ଜଣେ, ପୁରୀରୁ ୩, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୭, ସୋନପୁରରୁ ୨ ଓ ସୁନ୍ଦରଗଡ଼ରୁ ୬ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଷ୍ଟେଟ୍‌ ପୁଲର ସଂଖ୍ୟା ୧ ରହିଛି। କେବଳ ଏତିକି ନୁହେଁ ବରଂ ପଜିଟିଭ୍‌ଙ୍କ ସଂଖ୍ୟା ୩୩୬୮୩୫ ରହିଥିବା ବେଳେ ସୁସ୍ଥ ହେଲେଣି ୩୩୪୨୪୩ ଜଣ। ଏବଂ ବର୍ତ୍ତମାନ ସମୟରେ ରାଜ୍ୟରେ ଆକ୍ଟିଭ୍‌ କେସର ସଂଖ୍ୟା ୬୨୫ ରହିଛି।

ତେବେ ରାଜ୍ୟରେ ୨୪ ଘଂଟାରେ କୌଣସି ଆକ୍ରାନ୍ତଙ୍କ ମୃତ୍ୟୁ ହୋଇନଥିବା ଟ୍ୱିଟ୍‌ କରି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଗୋଟିଏ ପଟେ ଅନ୍ୟ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ରାଜ୍ୟରେ କିନ୍ତୁ ଏତେଟା ବୃଦ୍ଧି ପାଇନାହିଁ ଆକ୍ରାନ୍ତଙ୍କ ସଂଖ୍ୟା। କିନ୍ତୁ ଆକ୍ରାନ୍ତଙ୍କ ଉପରେ ଏବେ ସମସ୍ତଙ୍କର ରହିଛି ନଜର।

Covid-19-report-for-23rd-feb
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories