• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୭ ଜଣ ସଂଗରୋଧ କେନ୍ଦ୍ର  ବା କ୍ୱାରେଣ୍ଟିନ ସେଂଟରରୁ ଚିହ୍ନଟ ହୋଇଥିବା ବେଳେ ୨୫ ଜଣ ସ୍ଥାନୀୟ ଅଂଚଳ ଅର୍ଥାତ୍ ଲୋକାଲ କେସ ଥିବା ଜଣାପଡିଛି। ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ୧୯ ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ୧୧ ଜିଲ୍ଲାରୁ କୌଣସି ବ୍ୟକ୍ତି ଆକ୍ରାନ୍ତ ଚିହ୍ନଟ ହୋଇନଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି।

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୮ , ଭଦ୍ରକ ଓ ବଲାଙ୍ଗିରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି କଟକରୁ ୭, ଗଞ୍ଜାମରୁ ଜଣେ, ଯାଜପୁରରୁ ୩, ଝାରସୁଗୁଡାରୁ ୨, କେନ୍ଦ୍ରାପଡାରୁକେନ୍ଦୁଝରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେବଳ ଏତିକି ନୁହେଁ ବରଂ ଖୋର୍ଧାରୁ ୭, କୋରାପୁଟରୁ ୨, ମୟୂରଭଞ୍ଜରୁ ୨, ନୂଆପଡ଼ା ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାୟଗଡ଼ାରୁ ୨, ସମ୍ବଲପୁରରୁ ୧୨ ଓ ସୁନ୍ଦରଗଡରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହପରି ଷ୍ଟେଟ୍‌ପୁଲର ସଂଖ୍ୟା ୧ ରହିଛି। ରାଜ୍ୟରେ ମୋଟ୍‌ ପଜିଟିଭଙ୍କ ସଂଖ୍ୟା ୩୩୬୭୬୭ରେ ପହଞ୍ଚିବା ଥିବା ବେଳେ ସୁସ୍ଥ ହେଲେଣି ୩୩୪୧୬୬ ଜଣ। ଆଉ ବର୍ତ୍ତମାନ ସମୟକେ ଆକ୍ଟିଭ୍ କେସର ସଂଖ୍ୟା ୬୩୪ ରହିଥିବା ଜଣାଯାଇଛି।

ଏହାସହ ୨୪ ଘଣ୍ଟାରେ କରୋନାରେ ରାଜ୍ୟରେ କାହାର ମୃତ୍ୟୁ ହୋଇନଥିବା ସ୍ପଷ୍ଟ ହୋଇଛି। ଗୋଟିଏ ପଟେ ଦେଶର ଅନେକ ରାଜ୍ୟରେ କରୋନାର ନୂଆ ଷ୍ଟ୍ରେନ୍ ଦେଖାଦେଉଥିବା ସମୟରେ ରାଜ୍ୟରେ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତଙ୍କ ଉପରେ ଏବେ ସମସ୍ତଙ୍କ ନଜର ରହିଛି।

Covid-19-report-for-22nd-feb
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories