କରୋନା ଆକ୍ରାନ୍ତଙ୍କ ଉପରେ ନଜର, ୨୪ ଘଣ୍ଟାରେ ୬୯ ଆକ୍ରାନ୍ତ ଚିହ୍ନଟ

ଆକ୍ରାନ୍ତଙ୍କ ଉପରେ ନଜର

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ପୁଣି ୧୦୦ ତଳେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪୧ ଜଣ କ୍ୱାରେଣ୍ଟିନ ସେଂଟରରୁ ଚିହ୍ନଟ ହୋଇଥିବା ବେଳେ ୨୮ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି। ତେବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ବି ଡର ଏବେ ବି ଛାଡୁନି। କାରଣ ଦେଶର ଅନେକ ରାଜ୍ୟରେ କରୋନାର ନୂଆ ଷ୍ଟ୍ରେନ୍ ଦେଖିବାକୁ ମିଳିଲାଣି। କେବଳ ଏହା ନୁହେଁ ବରଂ ଅନେକ ରାଜ୍ୟକୁ ଲକଡାଉନ ମଧ୍ୟ ଫେରିଛି। ତେଣୁ ରାଜ୍ୟର କରୋନା ଆକ୍ରାନ୍ତଙ୍କ ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ରାଜ୍ୟରେ ୧୮ ଜିଲ୍ଲାରୁ ହିଁ ୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୨ ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଓ ବାଲେଶ୍ୱରରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡରୁ ୬, ବଲାଙ୍ଗୀରରୁ ଜଣେ, ବୌଦ୍ଧରୁ ଜଣେ, କଟକ ରୁ ୨, ଦେବଗଡରୁ ୪, ଗଜପତିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆହୁରି ପଢନ୍ତୁ: କରୋନା ସଂକ୍ରମଣ ରୋକିବାକୁ BMC ପକ୍ଷରୁ ଆଡଭାଇଜରୀ : ଗଠନ ହେଲା ୫ଟି ସ୍ୱତନ୍ତ୍ର ସ୍କ୍ୱାଡ୍

ଠିକ ସେହିପରି ଯାଜପୁରରୁ ୪, ଝାରସୁଗୁଡାରୁ ୬, କଳାହାଣ୍ଡିରୁ ୧, ଖୋର୍ଧାରୁ ୩, ନୂଆପଡ଼ାରୁ ୫, ପୁରୀରୁ ଓ ରାୟଗଡ଼ାରୁ ୨, ସମ୍ବଲପୁରରୁ ୧୨, ସୋନପୁରରୁ ୩, ସୁନ୍ଦରଗଡ଼ରୁ ୧୧ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ଷ୍ଟେଟ୍ ପୁଲର ସଂଖ୍ୟା ୧ ରହିଛି। କେବଳ ଏତିକି ନୁହେଁ ବରଂ ବର୍ତ୍ତମାନ ସମୟରେ ରାଜ୍ୟରେ ଆକ୍ଟିଭ୍ ସଂଖ୍ୟା ୬୩୧ ରହିଥିବା ରାଜ୍ୟ ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। ତେବେ ୨୪ ଘଂଟାରେ ରାଜ୍ୟରେ କରୋନାରେ କେହି ପ୍ରାଣ ହରାଇନଥିବା ସୂଚନା ମିଳିଛି।

You might also like