୨୪ ଘଣ୍ଟାରେ ୯୮ ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ହେଲେ ଚିହ୍ନଟ?
୨୪ ଘଣ୍ଟାରେ ୯୮ ଆକ୍ରାନ୍ତ ହେଲେ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଲଗାତାର ଭାବରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ଗତ ୨୪ ଘଂଟାରେ ୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫୮ ଜଣ କ୍ୱାରେଣ୍ଟାଇନ ସେଂଟରରୁ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ ଅର୍ଥାତ୍ ସ୍ଥାନୀୟ ଅଂଚଳରୁ ୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ସଂକ୍ରମିତ ୨୧ ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ୯ ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି।
Covid-19 Report For 20th March
New Positive Cases: 98
In quarantine: 58
Local contacts: 40(Details of local contacts will be shared by concerned Dist Administration)
District Wise Cases:
1. Angul: 4
2. Balasore: 4
3. Bargarh: 5
4. Bhadrak: 6
5. Balangir: 7
6. Cuttack: 9— I & PR Department, Odisha (@IPR_Odisha) March 21, 2021
ସୂଚନା ଅନୁସାରେ, ଅନୁଗୁଳରୁ ୪, ବାଳେଶ୍ୱରରୁ ୪, ବରଗଡ଼ରୁ ୫, ଭଦ୍ରକରୁ ୬, ବଲାଙ୍ଗିରରୁ ୭, କଟକରୁ ୯, ଦେବଗଡରୁ ୨, ଯାଜପୁର ଓ ଝାରସୁଗୁଡାରୁ ତିନି ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
7. Deogarh: 2
8. Jajpur: 3
9. Jharsuguda: 3
10. Kandhamal: 1
11. Kendrapada: 1
12. Khurda: 15
13. Koraput: 3
14. Mayurbhanj: 8
15. Nawarangpur: 2
16. Nuapada: 3
17. Puri: 5
18. Rayagada: 3
19. Sambalpur: 2— I & PR Department, Odisha (@IPR_Odisha) March 21, 2021
ଠିକ୍ ସେହିପରି ଭାବରେ କନ୍ଧମାଲରୁ ଜଣେ, କେନ୍ଦ୍ରାପଡ଼ାରୁ ଜଣେ, ଖୋର୍ଧାରୁ ୧୫, କୋରାପୁଟରୁ ୩, ମୟୂରଭଞ୍ଜରୁ ୮, ନବରଙ୍ଗପୁରରୁ ୨, ନୂଆପଡ଼ାରୁ ୩, ପୁରୀରୁ ୫, ରାୟଗଡାରୁ ୩, ସମ୍ବଲପୁରରୁ ୨, ସୋନପୁରରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଷ୍ଟେଟ୍ପୁଲର ସଂଖ୍ୟା ୩ ରହିଛି। ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୩୩୮୮୧୭ ରହିଥିବା ବେଳେ ସୁସ୍ଥ ହେଲେଣି ୩୩୬୦୬୬ ଜଣ ଏବଂ ରାଜ୍ୟରେ କରୋନା ଆକ୍ଟିଭ କେସର ସଂଖ୍ୟା ୭୭୯ ରହିଛି।
20. Sonepur: 2
21. Sundargarh: 7
22. State Pool: 3New recoveries: 72
Cumulative tested: 8788844
Positive: 338817
Recovered: 336066
Active cases: 779— I & PR Department, Odisha (@IPR_Odisha) March 21, 2021
ତେବେ କରୋନାରେ ୨୪ ଘଂଟା ମଧ୍ୟରେ କାହାର ପ୍ରାଣହାନୀ ହୋଇଥିବା ନେଇ ବର୍ତ୍ତମାନ ସମୟରେ କୌଣସି ସୂଚନା ହସ୍ତଗତ ହୋଇପାରିନାହିଁ। କିନ୍ତୁ ହଠାତ୍ ପୁଣି ଥରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି। ଆକ୍ରାନ୍ତଙ୍କ ସଂଖ୍ୟା କେମିତି ନବଢିବ ସେନେଇ ସରକାରଙ୍କ ପକ୍ଷରୁ ଅନେକ କଟକଣା ମଧ୍ୟ ଲାଗୁ କରାଯାଇଛି। ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ଉପରେ କଡା ନଜର ରଖିଛନ୍ତି ସରକାର।