୨୪ ଘଣ୍ଟାରେ ୬୫ ଆକ୍ରାନ୍ତ ଚିହ୍ନଟ, ଆକ୍ଟିଭ୍ ସଂଖ୍ୟା ୬୩

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ପରେ ବି ଡର ଛାଡୁନାହିଁ। କାରଣ ଦେଶର ଅନେକ ରାଜ୍ୟରେ ପୁଣି ଥରେ  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ନେଇ ସୂଚନା ମିଳିବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବି ବଢିଛି। କିନ୍ତୁ ରାଜ୍ୟରେ କରୋନା ସ୍ଥିତି ଏତେଟା ଉଦବେଗଜନକ ନାହିଁ। ଗତ ୨୪ ଘଂଟାରେ ରାଜ୍ୟରେ ୬୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଂଟରରୁ ୩୫ ଜଣ ଓ ସ୍ଥାନୀୟ ଅଂଚଳରୁ ୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ସମସ୍ତ ଆକ୍ରାନ୍ତ ୧୬ ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ୧୪ ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି।

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୫, ବାଲେଶ୍ୱରରୁ ୩, ବରଗଡ଼ରୁ୨,ଭଦ୍ରକରୁ ଓ କଟକରୁ ୪ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେବଗଡରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଭାବରେ ଯାଜପୁରରୁ ୩, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୨, ଖୋର୍ଧାରୁ ୭, କୋରାପୁଟ ଓ ମୟୂରଭଞ୍ଜରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆପଡ଼ାରୁ ୩, ପୁରୀରୁ ଜଣେ, ସମ୍ବଲପୁରରୁ ୨ ଓ ସୁନ୍ଦରଗଡ଼ରୁ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଷ୍ଟେଟ୍‌ପୁଲର ସଂଖ୍ୟା ୧ ରହିଛି।

ତେବେ ରାଜ୍ୟରେ ନ୍ୟୁ ରିକଭରିର ସଂଖ୍ୟା ୯୨ ରହିଥିବା ବେଳେ Cumulative ଷ୍ଟେଟ୍‌ ସଂଖ୍ୟା ୮୧୪୭୦୫୮ ରହିଛି। ଠିକ୍‌ ସେହିପରି ମୋଟ୍‌ ପଜିଟିଭଙ୍କ ସଂଖ୍ୟା ୩୩୬୫୭୮ ରହିଛି ଏବଂ ସୁସ୍ଥଙ୍କ ସଂଖ୍ୟା ୩୩୩୯୮୦ ରହିଛି। ଆଉ ବର୍ତ୍ତମାନ ସମୟରେ ରାଜ୍ୟରେ ଆକ୍ଟିଭ୍‌ ସଂଖ୍ୟା ମାତ୍ର ୬୩ ରହିଛି। ୨୪ ଘଂଟାରେ ରାଜ୍ୟରେ କୌଣସି ଆକ୍ରାନ୍ତଙ୍କ ମଧ୍ୟ ମୃତ୍ୟୁ ହୋଇନଥିବା ଜଣାଯାଇଛି।

You might also like