ପୁଣି ମୁଣ୍ଡ ନେଉଛି କରୋନା, ୨୪ ଘଣ୍ଟାରେ ୫୩ ଆକ୍ରାନ୍ତ ଚିହ୍ନଟ
ମୁଣ୍ଡ ନେଲା କରୋନା
ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କମିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ପୁଣି ଥରେ ୧୦୦ ତଳେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। ଚିହ୍ନଟ ହୋଇଥିବା ସମସ୍ତ ରୋଗୀ ୧୭ ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ୧୩ ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ୨୪ ଘଂଟାରେ ସଂଗରୋଧ କେନ୍ଦ୍ରରୁ ୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୫୧୩ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩୩ ହଜାର ୮୮୮ ଜଣ ଓ ଏବେ ବି ସକ୍ରିୟ ଅଛନ୍ତି ୬୫୮ ଜଣ କରୋନା ଆକ୍ରାନ୍ତ।
Covid-19 Report For 18th Feb
New Positive Cases: 53
In quarantine: 31
Local contacts: 22(Details of local contacts will be shared by concerned Dist Administration)
District Wise Cases:
1. Balasore: 1
2. Bargarh: 4
3. Bhadrak: 2
4. Balangir: 1
5. Boudh: 1
6. Cuttack: 3— I & PR Department, Odisha (@IPR_Odisha) February 19, 2021
ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱରରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୪ ଜଣ, କଳାହାଣ୍ଡିରୁ ଜଣେ, ଖୋର୍ଦ୍ଧାରୁ ୩ ଜଣ, କୋରାପୁଟ ରୁ ୩ଜଣ, ନୂଆପଡ଼ାରୁ ୩ ଜଣ, ପୁରୀରୁ ୨ ଜଣ, ଭଦ୍ରକରୁ ୨ ଜଣ, ବଲାଙ୍ଗୀର ଓ ବୌଦ୍ଧରୁ ଜଣେ ଲେଖାଏଁ, କଟକ ରୁ ୩ ଜଣ,ସମ୍ବଲପୁରରୁ ୧୧ଜଣ, ଯାଜପୁରରୁ ୪ ଜଣ, ଝାରସୁଗୁଡ଼ାରୁ ୫ ଜଣ, ରାୟଗଡ଼ାରୁ ଜଣେ, ସୋନପୁରରୁ ଜଣେ ଓ ସୁନ୍ଦରଗଡ଼ରୁ ୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
7. Jajpur: 4
8. Jharsuguda: 5
9. Kalahandi: 1
10. Khurda: 3
11. Koraput: 3
12. Nuapada: 3
13. Puri: 2
14. Rayagada: 1
15. Sambalpur: 11
16. Sonepur: 1
17. Sundargarh: 7New recoveries: 100
Cumulative tested: 8123235
Positive: 336513
Recovered: 333888
Active cases: 658— I & PR Department, Odisha (@IPR_Odisha) February 19, 2021
ତେବେ ଆଜି ଭୁବନେଶ୍ୱରରେ ଜଣେ ୭୪ ବର୍ଷିୟ ବ୍ୟକ୍ତି କରୋନାରେ ପ୍ରାଣ ହରାଇଛନ୍ତି। ଏଥିନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୋଟ୍ ଉପରେ କହିବାକୁ ଗଲେ, କିଛି ଦିନ ପରେ ପୁଣି ଥରେ କରୋନା ସଂକ୍ରମିତଙ୍କ ଜୀବନ ଯିବାରେ ଲାଗିଛି, ଯାହାକୁ ନେଇ ଏବେ ଚିନ୍ତା ପୁଣି ଥରେ ବଢିବାକୁ ଲାଗିଛି।