ପୁଣି ଡରାଇଲା କରୋନା: ଜାଣନ୍ତୁ ମାତ୍ର ୨୪ ଘଂଟାରେ କେତେ ଆକ୍ରାନ୍ତ ହେଲେ ଚିହ୍ନଟ…

୨୪ ଘଣ୍ଟାରେ କେତେ?

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୮୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୯ ଜଣ ସଂଗରୋଧ କେନ୍ଦ୍ରରୁ ଅର୍ଥାତ୍‌ କ୍ୱାରେଣ୍ଟାଇନ୍‌ ସେଂଟରରୁ ଚିହ୍ନଟ ହୋଇଥିବା ବେଳେ ୩୫ ଜଣ ସ୍ଥାନୀୟ ସଂକ୍ରମିତ ଅର୍ଥାତ୍‌ ଲୋକାଲ କେସ ବୋଲି ସୂଚନା ରହିଛି। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୪୮୯ରେ ପହଞ୍ଚିସାରିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩୫ ହଜାର ୮୫୭ ଜଣ ଓ ଏବେ ବି ରାଜ୍ୟରେ ଆକ୍ଟିଭ କେସର ସଂଖ୍ୟା ରହିଛି ୬୬୧। ତେବେ ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥି‌ବା ବେଳେ ବାଲେଶ୍ୱରରୁ ଜଣେ, ବରଗଡ଼ରୁ ୯ ଜଣ, ଭଦ୍ରକରୁ ଜଣେ, କଟକରୁ ୧୫ ଜଣ, ଗଞ୍ଜାମରୁ ୨ ଜଣ, ଜଗତ୍‌ସିଂହପୁରରୁ ୨ ଜଣ, ଯାଜପୁରରୁ ୫ ଜଣ, କଳାହାଣ୍ଡିରୁ ୩ ଜଣ, ଖୋର୍ଦ୍ଧାରୁ ୪ ଜଣ, କୋରାପୁଟ୍‌ରୁ ଜଣେ, ମୟୂରଭଞ୍ଜରୁ ୩ ଜଣ, ନବରଙ୍ଗପୁରରୁ ଜଣେ, ପୁରୀ ୩,ରାୟଗଡ଼ାରୁ ୫, ସମ୍ବଲପୁରରୁ ୪ ଜଣ, ସୁନ୍ଦରଗଡ଼ରୁ ୧୦ ଜଣ ଓ ଷ୍ଟେଟ୍‌ପୁଲ୍‌ରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ତେବେ କରୋନାରୁ ରାଜ୍ୟରେ କେହି ପ୍ରାଣ ହରାଇ ନଥିବା ସୂଚନା ରହିଛି। ଅନ୍ୟ ପକ୍ଷରେ ଦେଶର ଅନେକ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା କାରଣରୁ ସଂକ୍ରମିତଙ୍କ ଉପରେ କଡା  ନଜର ରଖିଛନ୍ତି ରାଜ୍ୟ ସରକାର। ତେବେ ଗତକାଲି ମଧ୍ୟ  କରୋନା ଟିକା ସମ୍ପର୍କରେ ବିଭିନ୍ନ  ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ।

You might also like