ସଂଖ୍ୟା କମୁଛି କିନ୍ତୁ ଚିନ୍ତା କମୁନି….୨୪ ଘଣ୍ଟାରେ ୧୮୩ ଆକ୍ରାନ୍ତ ଚିହ୍ନଟ

୨୪ ଘଣ୍ଟାରେ ୧୮୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ୨୪ ଘଣ୍ଟାରେ ୧୮୩ କରୋନା ଆକ୍ରାନ୍ତ ଚିହ୍ନଟ। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କ୍ୱାରେଣ୍ଟିନରୁ ୧୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ୨୩ ଜିଲ୍ଲାରୁ ମୋଟ୍ ୧୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭ ଜିଲ୍ଲାରୁ କେହି ଆକ୍ରାନ୍ତ ଚିହ୍ନଟ ହୋଇନଥିବା ନେଇ ସୂଚନା ମିଳିଛି।

ଅନୁଗୁଳ ୨୦ , ବାଲେଶ୍ୱର ୬ , ବରଗଡ ୧୦,  ଭଦ୍ରକ ୧,ବଲାଙ୍ଗୀର ୩ , ବୌଦ୍ଧ ୧,  କଟକ ୭, ଦେବଗଡ୨, ଗଜପତି ୩. ଗଞ୍ଜାମ ୧,  ଯାଜପୁର ୭, ଝାରସୁଗୁଡା ୧୧ , କଳାହାଣ୍ଡି ୧, ଖୋର୍ଧା ୧୯, କୋରାପୁଟ ୩, କନ୍ଧମାଳ ୧, କେନ୍ଦ୍ରାପଡ଼ା ୪, କେନ୍ଦୁଝର ୩, ମୟୂରଭଞ୍ଜ ୮ , ନୟାଗଡ଼ ୧, ନୂଆପଡା ୧୮, ପୁରୀ ୧୩, ସମ୍ବଲପୁର ୧୯,  ସୁନ୍ଦରଗଡରୁ ୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ୍ ପୁଲ ୬ ରହିଛି।

ଠିକ୍ ସେହିପରି ରାଜ୍ୟରେ ଆକ୍ଟିଭ କେସ୍ ୨୦୩୯ ରହିଥିବା ବେଳେ ପଜିଟିଭଙ୍କ ସଂଖ୍ୟା ୩୩୩୩୧୦ ରହିଥିବା ବେଳେ ମୋଟରେ ସୁସ୍ଥ ହେଲେଣି ୩୨୯୩୧୮ ଜଣ।

ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ୧୫,୧୪୪ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୫,୧୪୪ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧୮୧ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦,୫୫୭,୯୮୫ରେ ପହଞ୍ଚିଛି।

You might also like