ସଂଖ୍ୟା କମୁଛି କିନ୍ତୁ ଡ଼ର କମୁନାହିଁ…..୨୪ ଘଣ୍ଟାରେ ୧୭୮ ଆକ୍ରାନ୍ତ ଚିହ୍ନଟ

୨୪ ଘଣ୍ଟାରେ ରାଜ୍ୟରେ ୧୭୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରେ ୧୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏନେଇ ଟ୍ୱିଟ କରି ସୂଚନା ଦିଆଯାଇଛି। ତେବେ ମିଳିଥିବା ସୂଚନା ଅନୁସାରେ,  କ୍ୱାରେଣ୍ଟିନରୁ ୧୦୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

୨୨ ଜିଲ୍ଲାରୁ ମୋଟ ୧୭୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮ ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି।

ଅନୁଗୁଳ୪, ବାଲେଶ୍ୱର୭, ବରଗଡ ୧୦,  ଭଦ୍ରକ ୪,ବଲାଙ୍ଗୀର ୫,  କଟକ ୪, ଦେବଗଡ୨, ଗଜପତି ୩. ଗଞ୍ଜାମ୩,  ଯାଜପୁର ୭, ଝାରସୁଗୁଡା ୨୩ , କଳାହାଣ୍ଡି ୧, ଖୋର୍ଧା ୫, କୋରାପୁଟ ୩, ମାଲକାନଗିରି ୧, ମୟୂରଭଞ୍ଜ ୨ , ନୂଆପଡା ୧୬, ପୁରୀ ୧୯, ରାୟଗଡା ୨ ସମ୍ବଲପୁର ୨୪,  ସୋନପୁର ୨, ସୁନ୍ଦରଗଡ ୩୦ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ୍ ପୁଲ ୧ ରହିଛି।

ବର୍ତ୍ତମାନ ସମୟରେ ରାଜ୍ୟରେ ମୋଟ ପଜିଟିଭଙ୍କ  ସଂଖ୍ୟା ୩୩୩୧୨୭ ରହିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୩୨୯୦୮୮ ରହିଛି। ଠିକ ସେହିପରି ୨୦୮୭ ରହିଛି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା।

 

You might also like