୨୪ ଘଣ୍ଟାରେ ରାଜ୍ୟରେ ୨୨୨ କରୋନା ଆକ୍ରାନ୍ତ ଚିହ୍ନଟ

୨୪ ଘଣ୍ଟାରେ ୨୨୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ, କ୍ୱାରେଣ୍ଚଟିନରୁ ୧୨୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ପୂର୍ବଅପେକ୍ଷା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି ସତ ହେଲେ ଏବେବି ପିଛା ଛାଡିନାହିଁ ଭୟ।

ତେବେ ୨୩ ଜିଲ୍ଲାରୁ ୨୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭ ଜିଲ୍ଲାରୁ କେହି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ମିଳିଥିବା ସୂଚନା ଅନୁସାରେ ଅନୁଗୁଳରୁ ୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱରରେ୭ , ବରଗଡରେ ୨୨ , ଭଦ୍ରକରେ୫ , ବଲାଙ୍ଗୀରରେ ୩,ବୌଦ୍ଧରୁ ୩ , କଟକରୁ ୮,ଦେବଗଡ ୧,ଗଜପତି ୩, ପୁରୀରୁ ୧୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ସୋନପୁର ଓ କେନ୍ଦୁଝରରୁ ୫ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଏଥସହିତ ଷ୍ଟେଟ ପୁଲ ସଂଖ୍ୟା ୩ ଥିବା ଜଣାଯାଇଛି।

କେବଳ ଏତିକି ନୁହେଁ ବରଂ, ରାଜ୍ୟରେ ଆକ୍ଟିଭ କେସ ସଂଖ୍ୟା ୨୧୯୨ ରହିଛି। ଠିକ୍ ସେହିପରି ପଜିଟିଭଙ୍କ ସଂଖ୍ୟା ୩୩୨୭୬୩ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୩୨୮୬୨୨ ଜଣ।

 

ତେବେ ଏହାରି ମଧ୍ୟରେ କରୋନା ଟିକା ଆସି ପହଞ୍ଚିଲାଣି। ଆସନ୍ତା ଶନିବାରଠାରୁ ଟିକା ଦିଆଯିବା ନେଇ ମଧ୍ୟ ସରକାର ଯୋଜନା କରିଛନ୍ତି। ଟିକା ଦିଆଯିବା ପରେ ମହାମାରୀକୁ ପ୍ରତିହତ କରାଯାଇପାରିବ ବୋଲି ଅନେକ କହୁଛନ୍ତି। କିନ୍ତୁ ଟିକା କେତେ ଦୂର କାମ କରୁଛି ଅର୍ଥାତ୍ କରୋନା ମାହାମାରୀକୁ ଏହା ରୋକିବାକୁ ଏହା କେତେ ଦୂର କାମ ଦେଉଛି ତାହା ଉପରେ ରହିଛି ନଜର। କେବଳ ଏତିକି ନୁହେଁ, ବରଂ ଟିକା ଦେବାସ୍ଥାନ ମଧ୍ୟ ସରକାର ଚୟନ କରିଥିବା ନେଇ ସୂଚନା ରହିଛି।

 

You might also like