ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ୨୪ ଘଣ୍ଟାରେ ୬୫ ଆକ୍ରାନ୍ତ ହେଲେ ଚିହ୍ନଟ
କମୁଛି ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର: କିଛି ଦିନର ଅନ୍ତର ପରେ ପୁଣି ଥରେ କମିଛି ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଂଟାରେ ରାଜ୍ୟରେ ମୋଟ୍ ୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଂଟରରୁ ୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ ଅର୍ଥାତ୍ ସ୍ଥାନୀୟ ଅଂଚଳରୁ ମାତ୍ର ୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୨ ଜିଲ୍ଲାରୁ ଏ ସମସ୍ତ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮ ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି।
Covid-19 Report For 12th March
New Positive Cases: 65
In quarantine: 38
Local contacts: 27(Details of local contacts will be shared by concerned Dist Administration)
District Wise Cases:
1. Angul: 5
2. Balasore: 2
3. Bargarh: 2
4. Balangir: 3
5. Cuttack: 13
6. Jajpur: 4— I & PR Department, Odisha (@IPR_Odisha) March 13, 2021
ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୫, ବାଲେଶ୍ୱରରୁ ୨, ବରଗଡ଼ରୁ ୨, ବଲାଙ୍ଗୀରରୁ ୩, କଟକରୁ ୧୩, ଯାଜପୁରରୁ ୪, ଝାରସୁଗୁଡ଼ାରୁ ୩, କେନ୍ଦୁଝରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଧା ଓ ମୟୂରଭଞ୍ଜରୁ ୭ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସମ୍ବଲପୁରରୁ ୩ ଓ ସୁନ୍ଦରଗଡରୁ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଷ୍ଟେଟ୍ପୁଲର ସଂଖ୍ୟା ୨ ରହିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୩୮୧୨୧ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହେଲେଣି ୩୩୫୪୯୯ ଜଣ ଏବଂ ଆକ୍ଟିଭ୍ କେସର ସଂଖ୍ୟା ରହିଛି ୬୫୧।
7. Jharsuguda: 3
8. Keonjhar: 1
9. Khurda: 7
10. Mayurbhanj: 7
11. Sambalpur: 3
12. Sundargarh: 13
13. State Pool: 2New recoveries: 91
Cumulative tested: 8598542
Positive: 338121
Recovered: 335499
Active cases: 651— I & PR Department, Odisha (@IPR_Odisha) March 13, 2021
ସେହିପରି ଶୁକ୍ରବାର ଦିନ ରାଜ୍ୟରେ ୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୩୭ ଜଣ ଚିହ୍ନଟ ହୋଇଥିବାବେଳେ ୨୭ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି। ଏ ସମସ୍ତ ଆକ୍ରାନ୍ତ ୧୭ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ ୨୪ ଘଣ୍ଟା ମଧ୍ୟରେ ୧୩ଟି ଜିଲ୍ଲାରୁ କେହି ରୋଗୀ ଚିହ୍ନଟ ହୋଇ ନାହାନ୍ତି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।
ଏହାସହ କରୋନାରେ ଗତ ୨୪ ଘଂଟାରେ ରାଜ୍ୟରେ କେହି ପ୍ରାଣ ହରାଇନଥିବା ସୂଚନା ମିଳିଛି। ତେବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି ସତ କିନ୍ତୁ ଆକ୍ରାନ୍ତଙ୍କ ଉପରେ ନଜର ରଖିଛନ୍ତି ସରକାର।