୧୦୦ ତଳେ ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା, କିନ୍ତୁ ଏବେବି ଛାଡ଼ୁନି ଡର
୨୪ ଘଣ୍ଟାରେ ୫୮ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: କ୍ରମାଗତ ଭାବରେ ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରେ ମୋଟ୍ ୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତ ୧୬ ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ୧୪ ଜିଲ୍ଲାରୁ କେହି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। ତେବେ ରାଜ୍ୟରେ ୧୦୦ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହୁଥିଲେ ବି ଏବେ ବି ଡର ଛାଡିନାହିଁ।
Covid-19 Report For 11th Feb
New Positives Cases: 58
In quarantine: 35
Local contacts: 23(Details of local contacts will be shared by concerned Dist Administration)
District Wise Cases:
1. Angul: 5
2. Balasore: 6
3. Bargarh: 1
4. Bhadrak: 1
5. Balangir: 2
6. Deogarh: 2— I & PR Department, Odisha (@IPR_Odisha) February 12, 2021
ସୂଚନା ଅନୁସାରେ, ୨୪ ଘଣ୍ଟାରେ ଅନୁଗୁଳରୁ ୫, ବାଲେଶ୍ୱରରୁ ୬, ବରଗଡ଼ ଓ ଭଦ୍ରକରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହପରି ବଲାଙ୍ଗୀରରୁ ୨, ଦେବଗଡ଼ରୁ ୨, ଗଞ୍ଜାମରୁ ଜଣେ, ଯାଜପୁରରୁ ୫, ଝାରସୁଗୁଡାରୁ ଜଣେ, କଳାହାଣ୍ଡିରୁ ଜଣେ, ଖୋର୍ଧାରୁ ୭, ମାଲକାନଗିରିରୁ ୨, ମୟୂରଭଞ୍ଜରୁ ୪, ନୂଆପଡ଼ାରୁ ୩, ପୁରୀରୁ ୬, ସୁନ୍ଦରଗଡରୁ ୧୦ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଉ ଏହାରି ମଧ୍ୟରେ ଷ୍ଟେଟ୍ ପୁଲର ସଂଖ୍ୟା ୧ ରହିଛି।
7. Ganjam: 1
8. Jajpur: 5
9. Jharsuguda: 1
10. Kalahandi: 1
11. Khurda: 7
12. Malkangiri: 2
13. Mayurbhanj: 4
14. Nuapada: 3
15. Puri: 6
16. Sundargarh: 10
17. State Pool: 1New recoveries: 60
Cumulative tested: 7979312
Positive: 336042
Recovered: 333280
Active cases: 799— I & PR Department, Odisha (@IPR_Odisha) February 12, 2021
ରାଜ୍ୟରେ ନ୍ୟୁ ରିକଭରି ସଂଖ୍ୟା ୬୦ ରହିଥିବା ବେଳେ Cumulative tested ସଂଖ୍ୟା ୭୯୭୯୩୧୨ ରହିଛି। ସେହିପରି ପଜିଟିଭ୍ ସଂଖ୍ୟା ୩୩୬୦୪୨ ରହିଥିବା ବେଳେ ରିକଭର ସଂଖ୍ୟା ୩୩୩୨୮୦ ରହିଛି। ଆଉ ବର୍ତ୍ତମାନ ସମୟରେ ରାଜ୍ୟରେ କରୋନା ଆକ୍ଟିଭ ସଂଖ୍ୟା ୭୯୯ ରହିଛି।