ଭୁବନେଶ୍ୱର: ରାଜ୍ୟରେ ପୁଣି ଧୀରେ ଧୀରେ କମିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଂଟାରେ ରାଜ୍ୟରେ ୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଂଟରରୁ ୩୮ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଅର୍ଥାତ୍‌ ଲୋକାଲ କେସର ସଂଖ୍ୟା ରହିଛି ୨୫। ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ୧୪ ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ୧୬ ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି।

୨୪ ଘଂଟାରେ ଅନୁଗୁଳରୁ ଜଣେ, ବାଲେଶ୍ୱରରୁ ୭, କଟକରୁ ୧୧, ଦେବଗଡ଼ରୁ ୫, ଗଞ୍ଜାମରୁ ଜଣେ, ଯାଜପୁରରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଝାରସୁଗୁଡ଼ାରୁ ୧, କଳାହାଣ୍ଡିରୁ ୨, ଖୋର୍ଧାରୁ ୪, କୋରାପୁଟରୁ ଜଣେ, ମୟୂରଭଞ୍ଜରୁ ୧୪, ନୂଆପଡ଼ାରୁ ଜଣେ, ସମ୍ବଲପୁରରୁ ୪, ସୁନ୍ଦରଗଡରୁ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ପୁଲର ସଂଖ୍ୟା ୧ ରହିଛି। ଆଉ ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ୍‌ ୩୩୭୯୯୨ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହେଲେଣି ୩୩୫୩୨୨ ଜଣ ଏବଂ ବର୍ତ୍ତମାନ ସମୟରେ ରାଜ୍ୟରେ ଆକ୍ଟିଭ କେସର ସଂଖ୍ୟା ରହିଛି ୭୦୦

ତେବେ ଗତ ୨୪ ଘଂଟାରେ ରାଜ୍ୟରେ କୌଣସି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇନଥିବା ନେଇ ସୂଚନା ମଧ୍ୟ ହସ୍ତଗତ ହୋଇଛି। ଏହାସହ କିଛି ଦିନର ବ୍ୟବଧାନ ପରେ ଗତକାଲି ପୁଣି ଥରେ କମିଥିଲା ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ରାଜ୍ୟରେ ୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୧ ଜଣ କ୍ୱାରେଣ୍ଟାଇନ ସେଂଟରରୁ ଅର୍ଥାତ୍‌ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୮ ଜଣ ଆକ୍ରାନ୍ତ ଲୋକାଲ କେସ ଅର୍ଥାତ୍‌ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଥିଲେ।

 

Other Stories