କଟକଣାକୁ ଫୁ ! ବାହାଘରରେ ପିଲାଠୁ ବୁଢ଼ା, ଡିଜେ ଗୀତରେ ମସଗୁଲ

ପାତ୍ରପୁର : କରୋନା କଟକଣାକୁ ଫୁ । ସବୁ ନିୟମକୁ ଖୋଲାଖୋଲି ଉଲ୍ଲଘଂନ । ନାଚ, ଗୀତ, ଡିଜେ ସହ ଗାଁରେ ବାହାରିଲା ବରଯାତ୍ରୀ । ଗଞ୍ଜାମ ପାତ୍ରପୁର ବ୍ଲକର ବାରଙ୍ଗ ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳୁଛି । ଯେଉଁଠି ପିଲାଠୁ ବୁଢ଼ା ସମସ୍ତେ ଡିଜେ ଗୀତରେ ଏତେ ମସଗୁଲ ହୋଇଛନ୍ତି ଯେ ଭୁଲି ଯାଇଛନ୍ତି କରୋନା ମହାମାରୀର ପ୍ରକୋପ । ନା ଫିକର ଅଛି କଟକଣାର ନା ଡର । ଏକଦମ ବିନ୍ଦାସ ଓ ବେଫିକର ଭାବେ ନାଚି ନାଚି ଯାଉଛନ୍ତି । ଏଭଳି ଘଟଣା ଗାଁରେ ଏକାଧିକ ବାହାଘରରେ ଦେଖିବାକୁ ମିଳିଛି ।

କରୋନା କାୟା ମେଳାଇଥିବା ବେଳେ ବରଯାତ୍ରୀ, ଶୋଭଯାତ୍ରାକୁ ବାରଣ କରାଯାଇଛି । ୨୫ ଜଣଙ୍କରେ ବିବାହ କରିବାକୁ ଅନୁମତି ଦିଆଯାଇଛି । କୌଣସି ବ୍ୟକ୍ତି ଭୋଜିଭାତ କରିବେ ନାହିଁ ବରଂ ପ୍ୟାକେଟ୍‌ରେ ଖାଦ୍ୟ ନେଇ ଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।  ତେବେ ନିୟମକୁ କେତେ ପାଳନ କରାଯାଇଛି ତାହା ଏହି ଭିଜୁଆଲ ସମ୍ପୂର୍ଣ୍ଣ ରୂପେ ବାରି ହେଉଛି । ଘଟଣା ସମୟର ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

You might also like