ଭଦ୍ରକରେ ଉଦ୍‌ଘାଟନ ହେଲା ପ୍ରଥମ କୋଭିଡ-୧୯ ହସ୍ପିଟାଲ; ଗଞ୍ଜାମରେ ରାସ୍ତା ଜଗିଲା ସିସିଟିଭି

ଭଦ୍ରକ/ଗଞ୍ଜାମ: ଉଦ୍‌ଘାଟନ ହେଲା ଭଦ୍ରକରେ ପ୍ରଥମ କୋଭିଡ-୧୯ ହସ୍ପିଟାଲ। ସହରର ମୋଟେଲ ଛକ ଠାରେ ଥିବା ସାଳନ୍ଦୀ ହସ୍ପିଟାଲରେ ଜିଲ୍ଲାର ପ୍ରଥମ କୋଭିଡ-୧୯ ହସ୍ପିଟାଲ ଉଦ୍‌ଘାଟନ ହୋଇଛି। କୋଭିଡ୍ ହସ୍ପିଟାଲ ୧୨୦ ଶଯ୍ୟା ବିଶିଷ୍ଟ ହୋଇଥିବା ବେଳେ ଏଥିରେ ୪ଟି ଆଇସିୟୁ ରହିଛି। ଏହି ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ।

ରୋଗୀଙ୍କୁ ମାଗଣାରେ ଚିକିତ୍ସା ସହ ଖାଦ୍ୟ, ପାନୀୟ ଯୋଗାଇ ଦିଆଯିବ। କର୍ମଚାରୀଙ୍କୁ ମଧ୍ୟ ତାଲିମ ଦିଆଯାଇଥିବା ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଅନ୍ୟପଟେ ବିଶ୍ୱ ମହାମାରୀ କରୋନାର ମୁକାବିଲା କରିବା ଲାଗି ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ଆଗୁଆ ପଦକ୍ଷେପ ନିଆଯାଇଥିବା ବେଳ ଏବେ ଆଉ ଏକ ପାଦ ଆଗକୁ ଯାଇଛି ଜିଲ୍ଲା ପ୍ରଶାସନ। ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ଜଗିଛି ସିସି କ୍ୟାମେରା। ବାହାର ଜିଲ୍ଲାରୁ ପ୍ରବେଶ କରୁଥିବା ସମସ୍ତ ଗାଡ଼ିକୁ କଡ଼ାକଡ଼ି ଭାବେ ଯାଞ୍ଚ କରିବା ପରେ ଜିଲ୍ଲା ଭିତରକୁ ଛଡ଼ାଯାଉଛିl

You might also like