ଡେଲ୍ଟା ଭାଇରସର ମୁକାବିଲା କରିବାରେ କୋଭିସିଲ୍ଡ ଓ କୋଭାକ୍ସିନ ସଫଳ

ଭୁବନେଶ୍ୱର: ଡେଲ୍ଟା ଭାଇରସର ମୁକାବିଲା କରିବାରେ କୋଭିସିଲ୍ଡ ଓ କୋଭାକ୍ସିନ ସଫଳ। ଏହି ସୂଚନା ଦେଇଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି। ଟିକା ନେଲା ପରେ ସିଭିୟରିଟି କମିଛି। ତେବେ ଲକଡାଉନ୍ ନେଇ ଡିଏମ୍ଇଟି କହିଛନ୍ତି, ସଂକ୍ରମଣ କମାଇବା ପାଇଁ ଏହାର ଉଦ୍ଦେଶ୍ୟ ଥିଲା। ଏହା ସଫଳ ହୋଇଛି। ବୟସ୍କଙ୍କୁ ତୃତୀୟ ବୁଷ୍ଟର ଡୋଜ ସଂପର୍କରେ ସେ କହିଛନ୍ତି ଏନେଇ କୌଣସି ଅନ୍ତର୍ଜାତୀୟ ସଂସ୍ଥା କି ଭାରତରେ ଥିବା ସଂସ୍ଥା ଏଯାଏଁ କିଛି କହିନାହାନ୍ତି।

ତେବେ ଏନେଇ ଲାନ୍ସେଟ ଯେଉଁ ରିପୋର୍ଟ ଦେଇଛି ତାହା ମେସେଂଜର RNA ଟିକାକୁ ନେଇ ଗବେଷଣା କରାଯାଇଛି। ଆମେ ତାକୁ ବ୍ୟବହାର କରୁନୁ ବୋଲି ସେ ସୂଚନା ଦେଇଛନ୍ତି। ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣା ଟିକା ଦେବା ନେଇ କେନ୍ଦ୍ରର ନିଷ୍ପତ୍ତି ସ୍ୱାଗତ ଯୋଗ୍ୟ କିନ୍ତୁ କେତେ ଟିକା ଯୋଗାଇବେ ତା ଉପରେ ନିର୍ଭର କରେ, ସେ ଅନୁଯାୟୀ ବଣ୍ଟନ କରାଯାଇପାରିବ।

ନାଜାଲ୍ ସ୍ପ୍ରେ ଟିକା ପ୍ରସଙ୍ଗରେ ସେ କହିଛନ୍ତି ସାଇନଫ୍ଲୁ ବେଳେ ମଧ୍ୟ ନାଜାଲ୍ ସ୍ପ୍ରେ ଦିଆଯାଉଥିଲା। ଏବେ କରୋନା ପାଇଁ ନାଜାଲ ସ୍ପ୍ରେ ଟିକା ଗବେଷଣା ସ୍ତରରେ ଅଛି, ତାହା କେତେ କାମ ଦେବ ଗବେଷଣା ପରେ ଜଣାପଡ଼ିବ।

You might also like