ପୁଣି ଦୁଇଦିନ ରିମାଣ୍ଡରେ ଗଲା ରେହମାନ୍‌

ଢେଙ୍କାନାଳ: ଢେଙ୍କାନାଳ ବେଲଟିକିରି ସେଲଟର ହୋମ୍ କେଳେଙ୍କାରୀର ଗୁମର ଖୋଲୁଛି। ଏହି ଘଟଣାରେ ସେଲ୍‌ଟର୍‌ ମୁଖ୍ୟ ଫୟାଜ ରେହମାନ୍‌କୁ ଆଉ ଦୁଇଦିନ ରିମାଣ୍ଡରେ ନେଇଛି ପୁଲିସ୍‌। ପୂର୍ବରୁ ଦୁଇଦିନ ରିମାଣ୍ଡରେ ନେଇଥିଲା ଢେଙ୍କାନାଳ ପୁଲିସ୍‌। ଆଜି ରିମାଣ୍ଡ ସମୟ ସରିବା ପରେ ରେହମାନକୁ କୋର୍ଟରେ ହାଜର କରାଯାଇଛି।

ଢେଙ୍କନାଳ ଏସପି ସନ୍ତୋଷ ନାୟକ କହିଛନ୍ତି, “ସେଲଟର୍‌ ହୋମ ପକ୍ଷରୁ ବିଭିନ୍ନ ସୂତ୍ରରୁ ବାର୍ଷିକ ପ୍ରାୟ ୧୬କୋଟି ଟଙ୍କା ସଂଗ୍ରହ କରାଯାଉଛି। ଏଥିରୁ ପ୍ରାୟ ୧୪/୧୫ କୋଟି ଟଙ୍କା ବିଦେଶରୁ ସଂଗ୍ରହ ହେଉଛି। ଏଥିସହ ଓଡିଶା ସୋସାଇଟି ଆକ୍ଟ ଓ ଜେ.ଜେ. ଆକ୍ଟରେ ମଧ୍ୟ ସେଲଟର ହୋମର ପଂଜୀକରଣ ହୋଇନାହିଁ।”

You might also like