ହାତ ଧରାଧରି ହୋଇ ଚାଲିଗଲେ ବୃଦ୍ଧ ଦମ୍ପତି; ପୋଖରୀ ହୁଡ଼ାରେ ପଡ଼ିଛି ଶବ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଭୋଗରାଇ ବ୍ଲକ ଫୁଲବଣି ଗାଁର ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁକୁ ନେଇ ଶୋକର ଛାୟା ଖେଳି ଯାଇଛି। ବାର୍ଦ୍ଧକ୍ୟରେ ହାତ ଧରା ଧରି ହୋଇ ଚାଲି ଯାଇଛନ୍ତି ଉଭୟେ। ପୋଖରୀ ହୁଡ଼ାରୁ ସେମାନଙ୍କର ମୃତଦେହ ଉଦ୍ଧାର କରିଛି ପୋଲିସ।

ଆଜି ସକାଳୁ ସକାଳୁ ଫୁଲବଣି ଗାଁ ପୋଖରୀ ହୁଡ଼ାରେ ପଡ଼ିଥିଲା ବୃଦ୍ଧ ଦମ୍ପତିଙ୍କ ମୃତଦେହ । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ତେବେ  ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି  ଉଭୟ ବିଷ ପିଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ତେବେ ଏ ନେଇ ଗ୍ରାମବାସୀ କିଛି ସ୍ପଷ୍ଟ କହି ପାରିନାହାନ୍ତି।  ଖବର ପାଇ ଘଟଣାସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ଯଦି ସେମାନେ ଆତ୍ମହତ୍ୟା କରଥାନ୍ତି ତେବେ କାହିଁକି କରିଛନ୍ତି ? କେଉଁ ପରିସ୍ଥିତି ଏପରି ଚରମ ପଦକ୍ଷେପ ନେବାକୁ ବାଧ୍ୟ କରିଥିଲା ତାହା ଅସ୍ପଷ୍ଟ ରହିଛି।

ଆହୁରି ପଢନ୍ତୁ:- ଅଟୋକୁ ଧକ୍କା ଦେଲା ଡମ୍ପର; ଆଖି ବୁଜିଲେ ପରିବାରର ୩ ସଦସ୍ୟ

You might also like