କ୍ୱାରେଣ୍ଟିନ କେନ୍ଦ୍ରରେ ରହିଲେନି ସୁରତ ଫେରନ୍ତା ଦମ୍ପତି, ତାତିଲେ ଗାଁ ଲୋକେ

ସୋର: ସୁରତରୁ ଆସି କ୍ୱାରେଣ୍ଟିନ କେନ୍ଦ୍ରରେ ନରହିବାରୁ ଗାଁରେ ଉତ୍ତେଜନା। ରାସ୍ତା ବନ୍ଦ କରି ଧାରଣାରେ ଗ୍ରାମବାସୀ, ବୁଝାସୁଝା ପାଇଁ ଆସିଥିବା ପୋଲିସ ଗାଡ଼ି ଗାଁରେ ଅଟକ। ଘଟଣା ଘଟିଛି ବାଲେଶ୍ୱର ଜିଲା ଖଇରା ବ୍ଲକ ବଡନୂଆଁଗା ପଞ୍ଚାୟତ ଅଧୀନ ପିହାଣଗଡିଆ ଗାଁରେ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗାଁର ଏକ ସୁରତ ଫେରନ୍ତା ଦମ୍ପତି ଆଜି ନିଜ ଘରକୁ ଫେରିଥିଲେ କିନ୍ତୁ ନିୟମ ଅନୁଯାୟୀ ସେମାନେ କ୍ୱାରେଣ୍ଟିନ୍ କେନ୍ଦ୍ରରେ ନରହି ଗାଁକୁ ପଳାଇ ଆସିଥିଲେ। ଏପରିକି ଘରେ ମଧ୍ୟ ସଙ୍ଗରୋଧରେ ନରହି ଅନ୍ୟ ଗ୍ରାମବାସୀଙ୍କ ସହ ମିଳାମିଶା କରିବାକୁ ଉଦ୍ୟମ କରିଥିଲେ।

ଏନେଇ ଗ୍ରାମବାସୀମାନେ ଏହାର ପ୍ରତିବାଦ କରିଥିଲେ। ଆଶା ଦିଦି ଓ ଅଙ୍ଗନବାଡି କର୍ମୀ ବାରଣ କରିଥିଲେ ମଧ୍ୟ ସେମାନେ ମାନିନଥିଲେ। ଶେଷରେ ଗ୍ରାମବାସୀ ରାସ୍ତାରୋକ କରିଥିଲେ। ସିମୁଳିଆ ପୋଲିସ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ କିନ୍ତୁ ଉତ୍ତ୍ୟକ୍ତ ଲୋକେ ପୋଲିସ ଗାଡିକୁ ଅଟକ ରଖି ରାସ୍ତାରୋକ ଜାରି ରଖିଛନ୍ତି।

You might also like