ଗଞ୍ଜାମ: ଝିଅ ସରକାରୀ ଚାକିରୀ ନ ଛାଡ଼ିବାରୁ ବାପାମାଆଙ୍କୁ ଗାଁରେ ବାସନ୍ଦ କରାଯାଇଛି। ନିଆଁ ପାଣି ବନ୍ଦ ସହିତ ଗାଁ ରାସ୍ତାରେ ଯିବାକୁ ମଧ୍ୟ ବାରଣ କରାଯାଇଛି। ଏମିତି ଏକ ଘଟଣା ଘଟିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳି କାଟୁ ବଡ଼ଖଣ୍ଡିରେ।
ଏହି ଗାଁର ମଧ୍ୟ ବୟସ୍କ ଦଂପତି ଏବେ ନ୍ୟାୟ ପାଇଁ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ ଓ ପୁଲିସକୁ ଅନୁରୋଧ କରିଛନ୍ତି। ତାଙ୍କ ଝିଅକୁ ଚାକିରୀ ଛାଡ଼ିବା ଲାଗି ଗାଁର କିଛି ଲୋକ ବାଧ୍ୟ କରିଥିଲେ। ହେଲେ ଝିଅ ଚାକିରୀ ନ ଛାଡ଼ିବାରୁ ୫, ୬ ଜଣ ଲୋକ ତାଙ୍କ ଉପରେ ୫୫୦୦ ଟଙ୍କାର ଜରିମାନା ଲଗାଇବା ସହ ନିଆଁ ପାଣି ବାସନ୍ଦ କରିଛନ୍ତି। ଏପରିକି ଗାଁର ଦୋକାନୀକୁ ସଉଦାପତ୍ର ଦେବାକୁ ମନା କରିଛନ୍ତି। ଜୀବନ ପ୍ରତି ବିପଦ ଥିବାରୁ ସେ ଗାଁ ଛାଡ଼ି ଗଜପତି ଜିଲ୍ଲାରେ ଝିଅ ପାଖରେ ଆଶ୍ରୟ ନେଇଛନ୍ତି।
https://youtu.be/ZspgZCuiFcc