ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ

ମୋହନା(ମିହିର ଜତି): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମଧୁରାମ୍ବ ଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରାଧାକାନ୍ତ ନାୟକ ଓ ମାଧୁରୀ ନାୟକ। ସେମାନଙ୍କ ଘର ଆର ଉଦୟଗିରି ଥାନା ଅନ୍ତର୍ଗତ ଆକ୍ଲିମା ଗାଁରେ ବୋଲି ଜଣାପଡ଼ିଛି।

ଉଭୟ ସ୍ୱାମୀ-ସ୍ତ୍ରୀ ବ୍ରହ୍ମପୁରରୁ ଏକ ବାଇକ୍‌ରେ ମୋହନା ଆସୁଥିଲେ। ଏହି ସମୟରେ ମଧୁରାମ୍ୱ ଗାଁ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌ ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ଏନେଇ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

You might also like