ଦମ୍ପତିଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର : ସନ୍ଦେହଜନକ ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଉଦ୍ଧାର। କେନ୍ଦୁଝର ଜିଲ୍ଲା ବାମେବାରୀ ରୁଙ୍ଗଟା ଖଣି ଅଫିସର୍ସ କଲୋନୀର ଏକ ଘର ଭିତରୁ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି।

ଝୁଲନ୍ତା ଅବସ୍ଥାରେ ସ୍ୱାମୀ ସୁଜିତ ହେମ୍ବ୍ରମ୍‌ଙ୍କ ମୃତଦେହ ମିଳିଥିବାବେଳେ ବିଛଣାରେ ତାଙ୍କ ସ୍ତ୍ରୀଙ୍କ ମୃତଦେହ ପଡିଥିଲା। ସୁଜିତ୍ ରୁଙ୍ଗଟା କମ୍ପାନୀରେ ମେକାନିକାଲ୍ ଇଞ୍ଜିନିୟର ଭାବେ କାମ କରୁଥିଲେ। ସୁଜିତଙ୍କୁ ତାଙ୍କ ସହକର୍ମୀ ଫୋନ୍‌ କରିଥିଲେ। ହେଲେ ସୁଜିତ ଫୋନ୍‌ ନ ଉଠାଇବାରୁ ସନ୍ଦେହ କରି ଘରକୁ ଆସିଥିଲେ।

ସେଠାରେ ଦମ୍ପତିଙ୍କ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ବାମେବାରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ପାରିବାରିକ କଳହରୁ ଏପରି ଘଟଣା ଘଟିଥିବା ଅନୁମାନ କରୁଛି ପୁଲିସ।

You might also like