ନିଆଁରେ ପୋଡି ହୋଇ ଦମ୍ପତିଙ୍କ ମୃତ୍ୟୁ

ନୟାଗଡ : ଖଣ୍ଡପଡା ମଙ୍ଗଳାସାହିର ନିଆଁରେ ପୋଡି ହୋଇଥିବା ଦମ୍ପତିଙ୍କ ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡିକାଲରେ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ପାରିବାରିକ ବିବାଦକୁ କେନ୍ଦ୍ର କରି ସଦାନନ୍ଦ ପ୍ରଧାନ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ପରେ ସଦାନନ୍ଦ କିରାସିନି ଢାଳି ଅାତ୍ମହତ୍ୟା ଉଦ୍ୟମ କରିଥିଲେ।

ତାଙ୍କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ ମଧ୍ୟ ପୋଡି ଯାଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ବିଳମ୍ବିତ ରାତିରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିଲା।

You might also like