ଆଇସୋଲେସନରେ ରହିବେ କାନାଡା ଫେରନ୍ତା ଦମ୍ପତି

ବଲାଙ୍ଗିର/ଦାରିଙ୍ଗିବାଡ଼ି: ଯେକୌଣସି ବ୍ୟକ୍ତି ରାଜ୍ୟ ତଥା ଦେଶ ବାହାରକୁ ଯାଇ ଫେରୁଛନ୍ତି, ସେମାନଙ୍କୁ ଘାରିଛି କରୋନା ଭୟ। ବଲାଙ୍ଗିର ଜିଲ୍ଲାରେ କରୋନା ସନ୍ଦେହରେ ଦଂପତିଙ୍କୁ ଆଇସୋଲେସନ ଓ୍ୱାର୍ଡରେ ରଖାଯାଇଛି।

ସେମାନେ ସଂପର୍କୀୟଙ୍କ ମୃତ୍ୟୁ ଖବର ପାଇ ଗତକାଲି କାନାଡ଼ାରୁ ଓଡ଼ିଶା ଫେରିଛନ୍ତି। ତାଙ୍କ ଠାରେ କରୋନା ସଂପର୍କିତ କୌଣସି ଲକ୍ଷଣ ଦେଖାଯାଉନଥିଲେ ବି କାନାଡ଼ାରେ କରୋନା ବ୍ୟାପିଥିବାରୁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ହସ୍ପିଟାଲ କର୍ତ୍ତୃପକ୍ଷ ସେମାନଙ୍କୁ ବଲାଙ୍ଗୀର ଜିଲ୍ଲା ମେଡିକାଲର ଆଇସୋଲେସନ ଓ୍ୱାର୍ଡରେ ରଖିଛନ୍ତି।

ସେପଟେ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଅଞ୍ଚଳରେ ଜଣେ ଯୁବତୀ ତାମିଲନାଡ଼ୁରୁ ଘରକୁ ଫେରିଥିବାରୁ, ତାଙ୍କୁ ମାସ୍କ ପିନ୍ଧିବାକୁ କୁହାଯିବା ସହ ଫୁଲବାଣୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ କୁହାଯାଇଛି।

You might also like