‘ଓଡ଼ିଶାରେ ଭୋଟ୍ ଗଣତି ପାଇଁ ଅଧିକ ସମୟ ଲାଗିପାରେ’

ଭୁବନେଶ୍ୱର: ଆସନ୍ତା ୨୩ରେ ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା ବେଳେ ଓଡ଼ିଶାରେ ଅଧିକ ସମୟ ଲାଗିପାରେ ଭୋଟ୍ ଗଣତି। ଆଜି ଭୁବନେଶ୍ୱରେରେ ରିଟର୍ଣ୍ଣିଂ ଅଧିକାରୀଙ୍କୁ ତାଲିମ୍ ପ୍ରଦାନ ଅବସରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଓଡ଼ିଶାରେ ଏକ ସମୟରେ ଲୋକସଭା, ବିଧାନସଭା ଭୋଟ୍ ଲାଗି ଗଣତି ହେବାକୁ ଥିବାରୁ ଏଥିପାଇଁ ଦୀର୍ଘ ସମୟ ଲାଗିବ। ୭ଟି ଟେବୁଲ୍‌ରେ ବିଧାନସଭା, ୭ଟି ଟେବୁଲ୍‌ରେ ଲୋକସଭା ଭୋଟ୍‌ ଗଣତି ହେବ। ପ୍ରତି ନିର୍ବାଚନ ମଣ୍ଡଳୀର ୫ଟି ବୁଥ୍‌ରେ VVPAT ଗଣତି ହେବ। VVPAT ଗଣତି ପାଇଁ ଲଟେରୀ କରିବାକୁ ୪୫ ମିନିଟରୁ ୧ ଘଣ୍ଟା ଲାଗିବ। VVPAT ଗଣତି ସମାନ୍ତରାଳ ଭାବେ କରା ନଯାଇ ଗୋଟିଏ ବୁଥ୍‌ ପରେ ଆଉ ଗୋଟିଏ ବୁଥ୍‌ର କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷେ, ଖରା ଓ ଗରମକୁ ଦୃଷ୍ଟିରେ ରଖି ସବୁ ଭୋଟ୍‌ ଗଣତି କେନ୍ଦ୍ରରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଭୁବନେଶ୍ୱରେ ଆଜି ୧୪ଟି ଜିଲ୍ଲାର ରିଟର୍ଣ୍ଣିଂ ଅଫିସରଙ୍କୁ ଭୋଟ୍ ଗଣତି ପ୍ରକ୍ରିୟା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି।

ଭୋଟ୍ ଗଣତିକୁ କିଭଳି ନିର୍ଭୁଲ୍‌ ଓ ତ୍ରୁଟିଶୂନ୍ୟ କରାଯିବ ଏବଂ ଉପୁଜିବାକୁ ଥିବା ସମସ୍ୟାର ସମାଧାନ କରାଯିବ ସେ ନେଇ ପ୍ରଶିକ୍ଷଣ ଦିଆଯାଉଛି। ବାକି ଜିଲ୍ଲାର ରିଟର୍ଣ୍ଣିଂ ଅଫିସରଙ୍କୁ ଆସନ୍ତାକାଲି ଟ୍ରେନିଂ ଦିଆଯିବ।

ଆହୁରି ପଢ଼ନ୍ତୁ

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୪ କରୋନା ରୋଗୀ

ଦିନକରେ ଓଡ଼ିଶାରେ ୩,୪୪୩ କରୋନା ପଜିଟିଭ୍‌ ଚିହ୍ନଟ, ଲୋକାଲ୍‌ କେସ୍‌ କେବଳ ୧,୪୨୬

ସରପଞ୍ଚ ଗଣିବେ ଲକ୍ଷେ ଟଙ୍କା ଫାଇନ୍‌

ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ଉପରକୁ ଆକ୍ରମଣ

ପରଲୋକରେ ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ପାନ ଖାଇ ଶ୍ରୀମନ୍ଦିରକୁ ଯାଇପାରିବେନି; ଧରା ପଡ଼ିଲେ ଗଣିବେ ଫାଇନ୍‌

ଗାନ୍ଧି ଜୟନ୍ତୀରୁ ବିଜେଡିର କୋଭିଡ୍ ମହାମାରୀ ସଚେତନତା ଅଭିଯାନ

ବିଜୁଳି ଦର ବୃଦ୍ଧି ନେଇ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ର କପିକୁ ଚିରି ଦେଲେ ତାରା

ଗୃହରେ କୋଭିଡ ତାତି; କଂପାନୀଙ୍କୁ ବ୍ଲାଙ୍କ୍ ଚେକ୍ କାହିଁକି ଦିଆଯାଇଥିଲା ବୋଲି ପ୍ରଶ୍ନ କଲା ବିରୋଧୀ

ରାଜ୍ୟରେ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ମୋଟ ସୁସ୍ଥ ସଂଖ୍ୟା…

କମିବ ଘରୋଇ ସ୍କୁଲ୍‌ ଫି !

You might also like