ଭୁବନେଶ୍ୱର: ଆଜି ଆସିବ ବିଜେପୁର ଉପନିର୍ବାଚନ ଫଳାଫଳ। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ପଦ୍ମପୁର ଆର୍ଏମ୍ସି ମାର୍କେଟ୍ ୟାର୍ଡରେ ଭୋଟ୍ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି।
ଭୋଟ୍ ଗଣତି ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ହୋଇଛି। ଏଥିପାଇଁ ୧୪ଟି ଟେବୁଲ୍ ଓ ଗୋଟିଏ ରାଉଣ୍ଡ୍ ଟେବୁଲ୍ର ବ୍ୟବସ୍ଥା କରାଯାଇଛି। ସମୁଦାୟ ୨୧ଟି ରାଉଣ୍ଡ୍ରେ ଭୋଟ୍ ଗଣତି ହେବାକୁ ଥିବା ବେଳେ ଏଥିପାଇଁ ୧୨୦ ଜଣ କର୍ମଚାରୀ ନିଯୁକ୍ତ ହୋଇଛନ୍ତି।
ପ୍ରତି ଟେବୁଲରେ ଜଣେ ଲେଖାଏ କାଉଣ୍ଟିଂ ସୁପରଭାଇଜର, କାଉଣ୍ଟିଂ ଆସିଷ୍ଟାଣ୍ଟ୍ ଓ ମାଇକ୍ରୋ ଅବ୍ଜର୍ଭର୍ ରହିଛନ୍ତି। ସମଗ୍ର ଆର୍ଏମ୍ସି ପରିସରକୁ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଥିବା ବେଳେ ଏଥିପାଇଁ ୧ ପ୍ଲାଟୁନ୍ ଓଏସ୍ଏପି, ୧ କମ୍ପାନୀ ସିଆର୍ପିଏଫ୍ ଓ ସ୍ଥାନୀୟ ପୁଲିସ୍ର ପାଟ୍ରୋଲିଂ ପାର୍ଟି ମଧ୍ୟ ନିୟୋଜିତ ହୋଇଛନ୍ତି।