ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦର ସ୍ମଗଲ୍ରଙ୍କ ପାଇଁ ଯେମିତି ପାଲଟି ଯାଇଛି ସ୍ୱର୍ଗ। ସୁନା, ମହଙ୍ଗା ସାମଗ୍ରୀ ପରେ ଏବେ ଏଠାରୁ ଧରାପଡ଼ିଛି ଦାମୀ ସିଗାରେଟ୍। ଭୁବନେଶ୍ୱର ବିମାନ ବନ୍ଦରରୁ ଚୋରା ଚାଲାଣ ହେଉଥିଲା ଏହି ମହଙ୍ଗା ସିଗାରେଟ। ଡାଇରେକ୍ଟୋରେଟ୍ ଅଫ୍ ଇଣ୍ଟେଲିଜେନ୍ସ (DRI) ପକ୍ଷରୁ ୪ ଶହ ପ୍ୟାକେଟ୍ ବିଦେଶୀ ସିଗାରେଟ ଆଜି ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ।
କ୍ୱାଲାଲାମ୍ପୁର ଭାୟା କୋଲକାତା ହୋଇ ଭୁବନେଶ୍ୱରକୁ ଆସୁସୁଥିଲା ଏହି ସିଗାରେଟ୍ ପ୍ୟାକେଟ୍। ଏହି ଘଟଣାରେ କୋଲକାତାର ଦୁଇ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି।
ତେବେ ଏଠି ପ୍ରଶ୍ନ ଉଠୁଛି ଏତେ ଦାମୀ ସିଗାରେଟ୍ ରାଜଧାନୀ ଭୁବନେଶ୍ୱରକୁ କାହିଁକି ଆସୁଥିଲା ? ଏହା ପ୍ରଥମ ଘଟଣା ନାଁ ଏପରି ଆହୁର ହୋଇଛି ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।