ମଲେଣି ହିତାଧିକାରୀ, ଟଙ୍କା ଉଠେଇଛି କିଏ ଜଣାନାହିଁ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘୋଟାଲା

କେନ୍ଦୁଝର: ୨୦୦୪ ମସିହାରେ ଇନ୍ଦିରା ଆବାସ ଦୁର୍ନୀତି ନେଇ ଚର୍ଚ୍ଚାରେ ଥିବା କେନ୍ଦୁଝର ଜିଲ୍ଲା ହାଟଡିହି ପଞ୍ଚାୟତ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଦୁର୍ନୀତି ପଛରେ ଯନ୍ତ୍ରୀ, ଅଧିକାରୀ ଏବଂ ଦଲାଲଙ୍କ ସଂପୃକ୍ତି ସ୍ପଷ୍ଟ ବାରି ହେଉଛି। ଆବାସ ଯୋଜନାରେ ଘର ନିର୍ମାଣ ହୋଇନାହିଁ, କିନ୍ତୁ ଟଙ୍କା ଉଠା ଯାଇଛି। ଏହି ଚଞ୍ଚକତା ଧରାପଡ଼ିବାପରେ ପୁଣି ତାହା ଆକାଣ୍ଟକୁ ଆସିବା କଥା ମଧ୍ୟ ଧରାପଡ଼ିଛି। ଫଳରେ ଏବେ ତଦନ୍ତ ଲାଗି ଉପ-ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ହାଟିଡ଼ିହି ବ୍ଲକ ଲାଖବିନ୍ଧା ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଘୋଟାଲା ହୋଇଛି। ଉକ୍ତ ଗ୍ରାମର ହରିଶ୍ଚନ୍ଦ୍ର ଖଣ୍ଡେଇ ପ୍ରାୟ ଦେଢ ବର୍ଷ ପୂର୍ବ ମୃତ୍ୟୁବରଣ କରିଛନ୍ତି।  ତାଙ୍କ ଘର ମଧ୍ୟ ଭଙ୍ଗା ଦଦରା ହୋଇ ପଡ଼ିଛି। ତାଙ୍କ ନାମରେ ଆବାସ ଯୋଜନାରେ ଘର ନିର୍ମାଣ ଲାଗି ଅର୍ଥ ଆସିଥିଲା। ଆଉ ସେଥିରୁ ୫୫ ହଜାର ଟଙ୍କା ଉଠାଇ ନିଆଯାଇଛି।

କେବେଳ ହରିଶ୍ଚନ୍ଦ୍ର ନୁହଁନ୍ତି, ଗାଁର କମାଣୀ ଖଣ୍ଡେଇ,  ଝିଲ୍ଲୀ ଖଣ୍ଡେଇ  ଓ କାଠିଆ ଖଣ୍ଡେଇଙ୍କର ମଧ୍ୟ ମୃତ ହୋଇଛି। ହେଲେ ତାଙ୍କ ନାମରେ ଆବାସ ଯୋଜନାରେ ଗୃହ ନିର୍ମାଣ ହୋଇ ନ ଥିଲେ ମଧ୍ୟ ସେମାନଙ୍କ ଆକାଉଣ୍ଟରୁ ଏକ ଲକ୍ଷ ୩୦ ହଜାର ଟଙ୍କା ଉଠାଯାଇଛି।

ଏଭଳି କାରବାର ସମ୍ପର୍କରେ ଖୋଦ୍ ହିତାଧିକାରୀଙ୍କୁ ପଚାରିବାରୁ ଜଣାପଡ଼ିଛି ଯେ, ସେମାନଙ୍କଠାରୁ ଅନେକ ସମୟରେ ଟିପ ଚିହ୍ନ ନିଆଯାଇଛି କିନ୍ତୁ ସେ ବାବଦରେ କୌଣସି ସୂଚନା ଦିଆଯାଇ ନାହିଁ।

ଏ ନେଇ ବର୍ଷକ ପୂର୍ବେ ଅଭିଯୋଗ ହୋଇଥିଲେ ମଧ୍ୟ ଭୁଲ ବଶତଃ ଏଭଳି ହୋଇଛି କହି ଘଟଣାକୁ ତତ୍କଳୀନ ବିଡ଼ିଓ ଚପାଇ ଦେଇଥିଲେ।

ଏହାସହ ହିତାଧିକାରୀଙ୍କ ଆକାଉଣ୍ଟକୁ ପୁଣି ଟଙ୍କା ଫେରାଇ ଗୃହ ମିଳିବ କହି କାମ ତୁଲାଇଦେଇଥିଲେ।  ଏବେ ସେଠାକାର ବିଡ଼ିଓ ବଦଲି ନୂଆ ବଡ଼ିଓ ଆସିଲେଣି। ଆବାସ ଯୋଜନାରେ ଘର ଆସିଥିବା ଲୋକଙ୍କ ମୃତ୍ୟୁ ବି ହେଲାଣି। ହେଲେ ଘର ନିର୍ମାଣ ଲାଗି ପ୍ରକ୍ରିୟା ଆରମ୍ଭ ହୋଇନାହିଁ।

You might also like