• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭଦ୍ରକ: ବାଟ ବଣା ହେବାକୁ ବସିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ଘର କାମ ଆରମ୍ଭ କରିସାରିଥିଲେ ବି ନିୟମ ଅନୁସାରେ ହିତାଧିକାରୀଙ୍କୁ ଟଙ୍କାଟିଏ ମିଳି ନଥିବା ଅଭିଯୋଗ ହୋଇଛି। ଟଙ୍କା ପାଇଁ ହିତାଧିକାରୀ ପୌରକାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ହତାଶ ହୋଇଗଲେଣି। ଧାର ଉଧାର କରି ଘର କରୁଥିବା ହିତାଧିକାରୀଙ୍କୁ ଏବେ ଟଙ୍କା ପରିଶୋଧର ଚିନ୍ତା ଘାରିଛି। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ରେ।

ବାସୁଦେବପୁର ପୌରପାଳିକାରେ ପ୍ରାୟ ଦୁଇମାସ ତଳେ ୮୧୮ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ଦିଆଯାଇଥିଲା। ନିୟମ ଅନୁସାରେ ହିତାଧିକାରୀ ଘରକାମ ଆରମ୍ଭ କରିଥିଲେ, ହେଲେ ପ୍ରାୟ ୩୦୦ରୁ ଉର୍ଦ୍ଧ୍ୱ ହିତାଧିକାରୀ ଆଜିଯାଏ ଟଙ୍କା ପାଇ ପାରି ନାହାନ୍ତି। ଘର ନିର୍ମାଣ ଆରମ୍ଭ କରି ଶେଷ ହେବାକୁ ବସିଥିଲେ ମଧ୍ୟ ଟଙ୍କା ନମିଳିବାକୁ ନେଇ ହିତାଧିକାରୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ସରକାରୀ ନିୟମ ଅନୁସାରେ, କାର୍ଯ୍ୟାଦେଶ ପାଇ  ଘର ପାଇଁ ମାଟି ଖୋଳା କାମ ସାରିବା ପରେ ହିତାଧିକାରୀଙ୍କୁ ପ୍ରଥମ କିସ୍ତିରେ ୪୦ହଜାର ଟଙ୍କା ମିଳିବା କଥା। ମୋଟାମୋଟି ଏହି ଯୋଜନାରେ ହିତାଧିକାରୀଙ୍କୁ ଚାରିଟି କିସ୍ତିରେ ୨ଲକ୍ଷ ଟଙ୍କା ଜମାଖାତା ଜରିଆରେ ଦିଆଯିବାର ନିୟମ ରହିଛି। ସବୁଠାରୁ ବଡ଼କଥା ହେଲା, ଏହି ଘରକାମକୁ ଚାରି ମାସରେ ଶେଷ କଲେ ୨୦ ହଜାର ଓ ଛଅ ମାସରେ ଶେଷ କଲେ ୧୦ ହଜାର ଟଙ୍କା ହିତାଧିକାରୀ ବୋନସ ପାଇବାର ବ୍ୟବସ୍ଥା ମଧ୍ୟ ରହିଛି।

ଅନ୍ୟପଟେ କେତେକ ସମସ୍ୟା ପାଇଁ ଟଙ୍କା ଆସିପାରି ନଥିବାରୁ ଉପରିସ୍ଥ ଅଧିକାରୀମାନଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି। ଖୁବ୍‌ କମ୍‌ଦିନ ମଧ୍ୟରେ ହିତାଧିକାରୀମାନଙ୍କୁ ଏହି ଅର୍ଥ ମିଳିଯିବ ବୋଲି ବାସୁଦେବପୁର ଅତିରିକ୍ତ ତହସିଲଦାର ତଥା ଭାରପ୍ରାପ୍ତ ପୌର ନିର୍ବାହୀ ଅଧିକାରୀ କହିଛନ୍ତି।

https://youtu.be/c8SmXBIw7BQ

Corruption-in-pmay-in-bhadrak-basudevpur-block-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories