ମୋବାଇଲ୍‌ କିଣାରେ ଦୁର୍ନୀତି!

ଭୁବନେଶ୍ୱର: ମାସ୍କ, ପିପିଇ ପରେ ମୋବାଇଲ କିଣାରେ ଦୁର୍ନୀତି ଅଭିଯୋଗ । କେନ୍ଦ୍ର ପ୍ରଦାନ କରିଥିବା ସ୍ପେସିଫିକେସନକୁ ବଦଳାଇ ରାଜ୍ୟ ସରକାର ମୋବାଇଲ କିଣିଥିବା କଂଗ୍ରେସ ଅଭିଯୋଗ କରିଛି । ଆଶା କର୍ମୀଙ୍କ ପାଇଁ  ୫ ଦଶମିକ ୫ ଇଞ୍ଚ ସ୍କ୍ରିନ, ୧୬ ଜିବି ମେମୋରୀ ଓ ୬.୦ ଆଣ୍ଡ୍ରୋଏଡ ମୋବାଇଲ କିଣିବାକୁ କେନ୍ଦ୍ର ସ୍ପେସିଫିକେନ ଧାର୍ଯ୍ୟ କରିଥିଲା ।

ତେବେ ରାଜ୍ୟ ସରକାର ନିର୍ଦ୍ଦିଷ୍ଟ ସ୍ପେସିଫିକେସନର ମୋବାଇଲ କିଣି ନଥିବା କଂଗ୍ରେସ ଅଭିଯୋଗ କରିଛି । ଏକ ନିର୍ଦ୍ଦିଷ୍ଟ କଂପାନିରୁ ମୋବାଇଲ କିଣିବାକୁ କେନ୍ଦ୍ର ଧାର୍ଯ୍ୟ କରିଥିବା ନିୟମକୁ ପାଳନ କରାଗଲା ନାହିଁ । ଗୁରୁଗ୍ରାମର ଏକ କଂପାନିକୁ ମୋବାଇଲ ପାଇଁ  ଅର୍ଡର ଦିଆଯାଇଥିଲା।  ବଜାର ମୂଲ୍ୟ ୮ ହଜାର ୯୯୯ ଥିବା ମୋବାଇଲକୁ ୧୦ ହଜାର ୯୫୦ ଟଙ୍କାରେ କିଣାଯାଇଥିବା କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି ।

ଅନ୍ୟପକ୍ଷରେ ବିଜେଡି ନେତା ଅମର ଶତପଥୀ କଂଗ୍ରେସର ଅଭିଯୋଗକୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ। ଏକଥାର କୌଣସି ସତ୍ୟତା ନାହିଁ।

ଆହୁରି ପଢ଼ନ୍ତୁ

ଘୁଞ୍ଚିଲା ଓଡ଼ିଶା ସିଭିଲ୍‌ ସର୍ଭିସ-୨୦୧୯ର ମୁଖ୍ୟ ଲିଖିତ ପରୀକ୍ଷା

ମାମୁଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଲେ ଭଣଜା

କୂଅ ଭିତରୁ ମିଳିଲା ନିଖୋଜ ମା’ ଓ ପୁଅଙ୍କ ମୃତଦେହ

କେବେ ଖୋଲିବ ମନ୍ଦିର? ଦ୍ୱିତୀୟ ଥର ପାଇଁ ଘଣ୍ଟ ପିଟିଲେ ସେବାୟତ

୧୫ ହଜାର ଟଙ୍କାରେ ବିକ୍ରି ହେଲା ମାସେ ୭ ଦିନର ଶିଶୁକନ୍ୟା

ଖୋଲା ଜିପ୍‌ରେ ବସି ପ୍ରଚାର କଲେ ବେଣୁଧର

ଉପନିର୍ବାଚନ ସମୀକ୍ଷା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ମଇଦାନକୁ ନଯାଇ ପ୍ରଚାର କଲେ ନବୀନ

ରାଜ୍ୟରେ ଆରୋଗ୍ୟ ସଂଖ୍ୟା ୨ ଲକ୍ଷ ୭୦, ୧୩୦କୁ ବୃଦ୍ଧି

ମୁଖ୍ୟମନ୍ତ୍ରୀଙ୍କୁ  ନିରଞ୍ଜନଙ୍କ ପ୍ରଶ୍ନ; ନିଜେ ସୁରକ୍ଷିତ ରହି ଲୋକଙ୍କୁ କାହିଁକି ବିପଦକୁ ଠେଲୁଛ ?

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ; ଦିନକରେ ୧୧୦ ପଜିଟିଭ ଚିହ୍ନଟ

ତିର୍ତ୍ତୋଲ ପାଇଁ ଭର୍ଚୁଆଲ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ

You might also like