ଏମିତି ଡାକ୍ତର: କିଏ ଲାଞ୍ଚ ମାଗୁଛନ୍ତି ତ ଆଉ କିଏ କ୍ୟାନ୍‌ସର ରୋଗୀ ବୋଲି ଚାକିରିରୁ ବାହାର କରିଦେଉଛନ୍ତି

ଭୁବନେଶ୍ୱର: ରୋଗୀଙ୍କୁ ନୂଆ ଜୀବନ ଦେଇଥାନ୍ତି ଡାକ୍ତର। ସେଥିପାଇଁ ତାଙ୍କୁ ଦ୍ୱିତୀୟ ଭଗବାନଙ୍କ ସହିତ ତୁଳନା କରାଯାଇଥାଏ। ହେଲେ ସେହି ଦ୍ୱିତୀୟ ଭଗବାନ ଆଜିକାଲି ଲାଞ୍ଚ ମାଗୁଛନ୍ତି ଓ ଦୁର୍ବ୍ୟହାର କରୁଛନ୍ତି। ତାହା ପୁଣି ନିଜ ବିଭାଗର କର୍ମଚାରୀଙ୍କ ଉପରେ। ଯଦି ଡାକ୍ତର ନିଜ ବିଭାଗର କର୍ମଚାରୀଙ୍କୁ ଏପରି ବ୍ୟବହାର ଦେଖାଉଛନ୍ତି କରୁଛନ୍ତି, ତେବେ ସେମାନେ ରୋଗୀଙ୍କୁ କେମିତି ଚିକିତ୍ସା କରୁଥିବେ ଭାବନ୍ତୁ। ଆଜି ଏପରି ଦୁଇଟି ଅଭିଯୋଗ ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲାରୁ ଆସିଛି।

ବୌଦ୍ଧ ଜିଲ୍ଲା ମନମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ବରଗଛା ଉପସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି ଝୁମି ସାହୁ। ସେ ଗର୍ଭବତୀ ଥିବାରୁ ଗତ ଜୁଲାଇ ପହିଲାରୁ ଛୁଟିରେ ଥିଲେ। କିନ୍ତୁ ସେତେବେଳେ ଲାଞ୍ଚ ନଦେବାରୁ ତାଙ୍କର ୪ ମାସର ଦରମା ପ୍ରାୟ ୮୦ ହଜାର ଟଙ୍କାର ବିଲ୍‌ ପାସ୍‌ କରିନଥିଲେ ମେଡିକାଲ୍ ଅଫିସର। ଏବେ ଚାକିରିରେ ଯୋଗଦେବା ପରେ ମଧ୍ୟ ଟଙ୍କା ନଦେଲେ ସସ୍‌ପେଣ୍ଡ କରିଦେବାର ଧମକ ଦିଆଯାଉଛି। ଏପରି ମାନସିକ ନିର୍ଯାତନା ଦିଆଯାଉଥିବା ଶ୍ରୀମତୀ ଝୁମି ସାହୁ ଅଭିଯୋଗ କରିଛନ୍ତି। ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ୍ ଅଫିସର୍ ମହେନ୍ଦ୍ରନାଥ ସାଏ ଲାଞ୍ଚ ବାବଦକୁ ୨୦ ହଜାର ଟଙ୍କା ମାଗିଥିବା ଅଭିଯୋଗ ହୋଇଛି। ଏପରିକି ସବୁ ସର୍ଟଆଉଟ୍ କରିବାକୁ ଫିଫ୍ଟି-ଫିଫ୍ଟି ସେୟାର୍ ମାଗୁଛନ୍ତି ମେଡିକାଲ୍ ଅଫିସର୍। ଯାହା ରେକର୍ଡ ହୋଇଥିବା ଫୋନ୍ କଲ୍‌ର ଦିଗକୁ ସୂଚାଉଛି।

ଫୋନ୍‌ରେ ଝୁମି ସାହୁ ପଚାରୁଛନ୍ତି-“ଆପଣ ତ କହିବେ କହିଲେ, କିଛି କହିଲେନି…।

ଡାକ୍ତର ମହେନ୍ଦ୍ରନାଥ ସାଏ ଉତ୍ତର ଦେଉଛନ୍ତି-“କଣ କହିବି… ସେଇଟା ତ ସର୍ଟଆଉଟ୍‌ କରିବେ… ଫିଫ୍ଟି-ଫିଫ୍ଟି କରିଦେବେ… ଆଜିକାଲି କଥାବାର୍ତ୍ତା ଫୋନ୍‌ରେ ହେବାକଥା ନୁହେଁ… ସେଥିପାଇଁ ସର୍ଟରେ କହିଦେଉଛି… ତୁମେ ଅଧା ନିଅ…।

ଏହି ପୂରା କେଳେଙ୍କାରୀରେ ସଂପୃକ୍ତ ମେଡିକାଲ୍ ସୁପରଭାଇଜର୍ ସୁଦର୍ଶନ ପ୍ରଧାନ ମଧ୍ୟ ଝୁମିଙ୍କୁ ପିସି ନଦେଲେ ଚାକିରି ଯିବାର ଧମକ ଦେଉଛନ୍ତି। ଯାହା ଫୋନ୍‌ରେ ରେକର୍ଡ ହୋଇଯାଇଛି।

ସୁଦର୍ଶନ ପ୍ରଧାନ କହୁଛନ୍ତି-“ଏତେ ଯୁକ୍ତି କରନାହିଁ ଦିଦି, ୫୦୦ ଦେଇଦିଅ, ନହେଲେ ତୁମେ ବୁଝିବ… ମୁଁ କହିଦେବି ସାର୍‌ଙ୍କୁ…।

ଝୁମା ପଚାରୁଛନ୍ତି-“ସାର୍‌ ମୁଁ ଯୁକ୍ତି କଣ କଲି କୁହନ୍ତୁ… ମୁଁ ତ ଠିକ୍‌ କଥା କହିଲି…।

ସୁଦର୍ଶନ ପ୍ରଧାନ ଉତ୍ତର ଦେଲେ-“୫୦୦ରୁ ଗୋଟିଏ କାଟିଲେ, ତୁମ ଟଙ୍କାରୁ ଗୋଟିଏ ଟଙ୍କା ନେବିନାହିଁ… ଯାହା କରିବା କଥା କରିବି…। ତେବେ ଏହି ସମସ୍ତ ଅଭିଯୋଗକୁ ମେଡିକାଲ୍ ଅଫିସର୍ ଖଣ୍ଡନ କରିଛନ୍ତି।

ଏହି ଘଟଣାରେ ବୌଦ୍ଧ ସିଡିଏମ୍ଓ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି, ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି। ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେହିପରି ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲ୍‌ରେ କ୍ୟାନସରେ ପୀଡ଼ିତା କର୍ମଚାରୀଙ୍କୁ ଅଧିକ୍ଷକ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି।

ଘଟଣାନୁସାରେ, ଗତବର୍ଷ କ୍ୟାନ୍‌ସର ଆକ୍ରାନ୍ତ ହୋଇଥିଲେ ମେଡିକାଲ୍‌ର ଅସ୍ଥାୟୀ ସଫେଇ କର୍ମଚାରୀ ସାରତି ନାଗ। ଦୀର୍ଘ ଦିନର ଲମ୍ବା ଚିକିତ୍ସା ପରେ ଗତ ୧ ତାରିଖରେ ପୁଣି ଥରେ ସେ କାର୍ଯ୍ୟରେ ଯୋଗ ଦେଇଥିଲେ। ତେବେ ଗତ ୬ ତାରିଖରେ ବନ୍ୟା ଯୋଗୁ ସେ କାମକୁ ଯାଇପାରି ନଥିବାରୁ ତାଙ୍କୁ ବହିଷ୍କାର କରିଥିଲେ ଅଧିକ୍ଷକ।

ଗତ ୧୨ ତାରିଖରେ ଚାକିରି ପାଇଁ ଗୁହାରି କରିବାକୁ ଯାଇଥିବା ବେଳେ ଅଧୀକ୍ଷକ ତାଙ୍କୁ ଓ ତାଙ୍କ ସଂପର୍କୀୟଙ୍କୁ ଗାଳିଗୁଲଜ କରିଥିଲେ। ଏପରିକି ମାଡ଼ ମାରିଥିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ତେବେ ଏ ସମ୍ପର୍କରେ ଅଧିକ୍ଷକ ଡାକ୍ତର ନାରାୟଣ ଆଚାର୍ଯ୍ୟ କିଛି କହିବାକୁ ମନା କରିଦେଇଛନ୍ତି।

ଆହୁରି ପଢ଼ନ୍ତୁ

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

You might also like